ଲକଡାଉନ ଅବଧି ବୃଦ୍ଧି । ୮ ତାରିଖରୁ ଧାର୍ମିକସ୍ଥଳ, ସପିଙ୍ଗମଲ ଓ ହୋଟେଲ ଖୋଲିବା ପାଇଁ ଅନୁମତି।

ଅଭିଭାବକଙ୍କ ପରାମର୍ଶରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ପରାମର୍ଶ

ଆଗାମୀ କାଲି ଲକ୍ ଡାଉନର ଚତୁର୍ଥ ପର୍ଯ୍ୟାୟ ଶେଷ ହେଉଥିବାବେଳେ କେନ୍ଦ୍ର ଗୃହ ବିଭାଗ ତରଫରୁୁ ପରବର୍ତ୍ତୀ ପଦକ୍ଷେପ ନିମନ୍ତେ ଏକ ଆଦେଶ ଜାରି କରାଯାଇଛି । ଏହି ଆଦେଶ ଅନୁସାରେ ଆଗାମୀ ୮ ତାରିଖରୁ ଧାର୍ମିକସ୍ଥଳ, ସପିଙ୍ଗମଲ ଓ ହୋଟେଲ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ତେବେ ଅଭିଭାବକମାନଙ୍କ ସହ ପରାମର୍ଶ କରି ଶିକ୍ଷାନୁଷ୍ଠାନ ଗୁଡ଼ିକ ଜୁଲାଇ ମାସରେ ରାଜ୍ୟ ସରକାର ଖୋଲିବାକୁ ନିଷ୍ପତ୍ତି ନେବେ । ପରିସ୍ଥିତିକୁୁ ନଜରରେ ରଖି ଆନ୍ତର୍ଜାତୀୟ ବିମାନ ସେବା, ମେଟ୍ରୋ ରେଳ ଚଳାଚଳ, ସିନେମା ହଲ୍‌, ଜିମ୍‌, ପାର୍କ, ବାର୍‌, ସଭାସମିତି ସମେତ ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ ଓ ଧାର୍ମିକ ଉତ୍ସବାନୁଷ୍ଠାନ ପାଳନ କରିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଏଥିରେ କୁହାଯାଇଛି । ସନ୍ଧ୍ୟା ୯ ଟାରୁ ସକାଳ ୫ ଟା ଯାଏଁ ସାରା ଦେଶରେ ବିନା ଜରୁରୀ କାମରେ କେହି ବାହାରକୁୁ ବାହାରି ପାରିବେ ନାହିଁ ବୋଲି ବାରଣ କରାଯାଇଛି । ଏହା ସହ ସର୍ବସାଧାରଣ ସ୍ଥଳରେ ଯାତ୍ରା କରିବା ସମୟରେ କିମ୍ବା କାର୍ଯ୍ୟସ୍ଥଳୀରେ ଅନ୍ତତଃପକ୍ଷେ ୬ ଫୁଟର ଦୂରତା ରଖିବା ଓ ମୁହଁକୁ ଘୋଡ଼ାଇ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ବିବାହ ଉତ୍ସବରେ କେବଳ ୫୦ ଜଣ ଓ ଶବ ସତ୍କାର ସମୟରେ ୨୦ ଜଣ ପର୍ଯ୍ୟନ୍ତ ଉପସ୍ଥିତ ରହିପାରିବେ । ସର୍ବସାଧାରଣ ସ୍ଥଳରେ ଛେପ ପକାଇବାକୁ ମଧ୍ୟ ଏହି ଆଦେଶରେ ବାରଣ କରାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଲକଡାଉନ ଅବଧି ବୃଦ୍ଧି ।  ୮ ତାରିଖରୁ ଧାର୍ମିକସ୍ଥଳ, ସପିଙ୍ଗମଲ ଓ ହୋଟେଲ ଖୋଲିବା ପାଇଁ ଅନୁମତି।