ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ପତ୍ର !


(୨୫/୮) ରାଜ୍ୟ ଆଇନ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ଭିତରେ ଥିବା ରତ୍ନଭଣ୍ଡାରର ପରିଦର୍ଶନ କରାଯିବା ନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି । ଏହା ସହ ମୁକ୍ତିମଣ୍ଡପର ଖାଲି ଥିବା ପଦଗୁଡ଼ିକ ପୂରଣ କରିବାକୁ ମଧ୍ୟ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲିପ କୁମାର ବରାଳ ଓ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ଅଭିଯୋଗ ଉପରେ ବିଚାର କରିବା ପୂର୍ବକ ଏହ ଆଦେଶ ଜାରି ହୋଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ୨୦୧୮ ମସିହାରେ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ଶ୍ରୀମନ୍ଦିର ଖୋଲି ରତ୍ନଭଣ୍ଡାରର ଅବସ୍ଥା ଜାଣିବାକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗକୁ ଅନୁମତି ଦିଆଯାଇଥିଲା । କିନ୍ତୁ ରତ୍ନଭଣ୍ଡାରର ଚାବି ନ ମିଳିବାରୁ ସେତେବେଳେ ରତ୍ନଭଣ୍ଡାର ଖୋଲିବା ଫଳପ୍ରଦ ହୋଇ ନଥିଲା ବୋଲି କୁହାଯାଏ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ପତ୍ର !