ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ରାଜ୍ୟରେ ବଢ଼ିବାରେ ଲାଗିଛି । ଯାଜପୁରରୁ ଆହୁରି ୫ ଜଣଙ୍କଠାରେ କରୋନା ଭୂତାଣୁ ଥିବା ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ମାମଲା ସଂଖ୍ୟା ୧୫୪ ରେ ପହଂଚିଲାଣି । ସେହିପରି ଦେଶରେ କରୋନା ମାମଲା ସଂଖ୍ୟା ୩୭ ହଜାର ୨୫୭, ଭଲ ହୋଇ ଘରକୁ ଫେରିଥିବା ଲୋକଙ୍କ ସଂଖ୍ୟା ୧୦,୦୦୭ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୧୨୨୩ ହେଲାଣି । ସର୍ବାଧିକ ଆକ୍ରାନ୍ତ ଥିବା ଆମେରିକାରେ କରୋନା ମାମଲା ସଂଖ୍ୟା ୧୧ ଲକ୍ଷ ୩୧ ହଜାର ୨୮୦ ହୋଇଥିବାବେଳେ ଭଲ ହୋଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୬୧ ହଜାର ୫୬୩ ଓ ମୃତକଙ୍କ ସଂଖ୍ୟା ୬୫ ହଜାର ୭୬୬ ହେଲାଣି । ସାରା ବିଶ୍ୱରେ ୩୪ ଲକ୍ଷ ୮୨୯ ଜଣଙ୍କଠାରେ କରୋନା ଭୂତାଣୁ ମିଳିଥିବାବେଳେ ୨ ଲକ୍ଷ ୩୯ ହଜାର ୫୯୨ ଜଣ ମୃତ୍ୟୁ ବରଣ କଲେଣି ।
ଯାଜପୁରରେ ଆହୁରି ୫ ଟି ନୂଆ ମାମଲା, ରାଜ୍ୟରେ କରୋନା ମାମଲା ସଂଖ୍ୟା ୧୫୪
