ଆସନ୍ତାକାଲି ମହାରାଷ୍ଟ୍ରରୁ ଟିଟିଲାଗଡ଼କୁ ଟ୍ରେନ ଯୋଗେ ବିଭିନ୍ନ ପଂଚାୟତର ପ୍ରାୟ ଶହ ଶହ ଶ୍ରମିକ ପହଂଚୁଥିବାରୁ ସେଠାରେ ସକାଳ ୯ ଟାରୁ ରାତି ୧୨ ଟା ଯାଏଁ ସ୍ଥାନୀୟ ଉପ ଜିଲ୍ଲାପାଳ ଲକ୍ଡାଉନ ଘୋଷଣା କରିଛନ୍ତିି । ତେବେ ରାଜ୍ୟରେ ଯେତେ କରୋନା ରୋଗୀ ଚିହ୍ନଟ ହେଲେଣି, ସେ ଭିତରୁ ଅଧିକାଂଶ ପ୍ରବାସୀ ଓଡ଼ିଆ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ କେତେକ ସଂଗଠନ ଟ୍ରେନଟିକୁ ଟିଟିଲାଗଡ଼ ମୁଖ୍ୟ ଷ୍ଟେସନରେ ନ ଅଟକାଇ ପାଖ ଛୋଟ ଷ୍ଟେସନରେ ରଖିବାକୁ ଦାବି କରିଥିବା କେତେକ ଖବର ଭାଏରାଲ ହେଇଛିି । ରେଳ ଷ୍ଟେସନ୍ଟି ସହରର ମଧ୍ୟ ସ୍ଥାନରେ ଥିବାରୁ ସେଠି ଓହ୍ଲାଇ ଲୋକେ ନିଜ ଅଂଚଳକୁ ଗଲେ, ହୁଏତ କିଛି ବିପଦ ଆସିପାରେ ବୋଲି ଲୋକେ ଆତଙ୍କିତ ହୋଇ ଟ୍ରେନଟିକୁ ଏଠି ନ ରଖିବାକୁ ଦାବି ଜଣାଇଛନ୍ତି ।
ଆସନ୍ତା କାଲି ମହାରାଷ୍ଟ୍ରରୁ ଟିଟିଲାଗଡ଼କୁ ଆସିବେ ଶତାଧିକ ଶ୍ରମିକ, ଲୋକେ ଆତଙ୍କିତ !
