କୋରାପୁଟକୁ ଆସିଲା ୮ ଟି ବାଇକ୍ ଆମ୍ବୁଲାନ୍ସ , ଏଣିକି ଅଣଓସାରିଆ ରାସ୍ତାରେ ବି ରୋଗୀକୁ ଅଣା ଯାଇପାରିବ ।


(୧୮/୯) କୋରାପୁଟ ଜିଲ୍ଲାର ଯେଉଁ ଅଂଚଳ ସହ ଗମନାଗମନର ଭଲ ସୁବିଧା ନାହିଁ, ସେପରି ଅଂଚଳର ଲୋକଙ୍କ ନିମନ୍ତେ ତୁରନ୍ତ ସେବା ଯୋଗାଇବାକୁ ରାଜ୍ୟ ସରକାର ୮ ଟି ବାଇକ୍ ଆମ୍ବୁଲାନ୍ସ ଜିଲ୍ଲାକୁ ଯୋଗାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମକରାନନ୍ଦ ବେହୁରା ସୂଚନା ଦେଇଛନ୍ତି । ଏହି ବାଇକ୍ ଆମ୍ବୁଲାନ୍ସ ଗୁଡ଼ିକ ଦଶମନ୍ତପୁର, ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, ଲମତାପୁଟ ଓ କୁନ୍ଦ୍ରା ଅଂଚଳରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି । ଏହି ଅଂଚଳ ମାନଙ୍କରେ ଗମନାଗମନର ଭଲ ସୁବିଧା ନ ଥିବାରୁ ଚାରି ଚକିଆ ଆମ୍ବୁଲାନ୍ସରେ ରୋଗୀକୁ ନେବାଆଣିବା କରିବାକୁ ବିଶେଷ ଅସୁବିଧା ହେଉଥିଲା । ସ୍ଥାନୀୟ ଲୋକେ ଏହାର ବିକଳ୍ପ ବ୍ୟବସ୍ଥା ଦାବି କରୁଥିଲେ ଓ ଅନେକ ସ୍ଥାନରେ ରୋଗୀକୁ ଖଟିଆରେ ବୁହା ହୋଇ ନିଆ ଯାଉଥିବାର ଅଭିଯୋଗ ଆସୁଥିଲା । ଜିଲ୍ଲାରେ ଏକ ଉଚ୍ଚ ସ୍ତରୀୟ ବୈଠକ ହେଲା ପରେ ଏହ ବାଇକ୍ ଆମ୍ବୁଲାନ୍ସ ସେବା ତୁରନ୍ତ ଆରମ୍ଭ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କୋରାପୁଟକୁ ଆସିଲା ୮ ଟି ବାଇକ୍ ଆମ୍ବୁଲାନ୍ସ , ଏଣିକି ଅଣଓସାରିଆ ରାସ୍ତାରେ ବି ରୋଗୀକୁ ଅଣା ଯାଇପାରିବ ।