‘କିସ୍‌’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସରକାରଙ୍କଠୁ କୋଟି କୋଟି ଟଙ୍କାର ସୁବିଧା ନେଉଥିବା ଅଭିଯୋଗ !


(୨୬/୧୧) ‘କିସ୍‌’ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ଶ୍ରୀ ସାମନ୍ତ ବିନା ସରକାରୀ ସହାୟତାରେ ୩୦୦୦୦ ଆଦିବାସୀ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉ ଥିବା ଦାବି କରୁଥିଲେ ବି ସେ ବ୍ୟାପକ ଭାବେ ସରକାରୀ ସହାୟତା ହାତେଇଥିବା ଓ ଏହାକୁ ଗଣମାଧ୍ୟମ ମଧ୍ୟ ଟଙ୍କା ନେଇ ପ୍ରଚାର ପ୍ରସାର କରୁଥିବା ଶ୍ରୀ ପ୍ରଧାନ ଦାବି କରିଛନ୍ତି । ଏସବୁ କେବଳ ବାହାସ୍ଫୋଟ, ହେଲେ ପ୍ରକୃତରେ ସେ କୋଟି କୋଟି ଟଙ୍କାର ସୁବିଧା ସୁଯୋଗ ହାତେଇ ଥିବା ସେ ପ୍ରକାଶ କରିଛନ୍ତି । ଗତ ବର୍ଷ ଡିସେମ୍ବର ୩୦ ତାରିଖରେ କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ସାଂସଦ ଅଚ୍ୟୁତ ସାମନ୍ତଙ୍କ ’କିସ୍‌’ ସ୍କୁଲକୁ ୫ କୋଟି ୩୮ ଲକ୍ଷ ଦେଇଥିବାବେଳେ ଏହା ପୂର୍ବରୁ ଉକ୍ତ ମନ୍ତ୍ରଣାଳୟ ଏହି ସ୍କୁଲକୁ ୨୦ କୋଟି ଟଙ୍କା ଦେଇଛନ୍ତି । ଏହା ସଂସଦ ଅଧିବେଶନ ସମୟରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଏକ ପ୍ରଶ୍ନର ଉତ୍ତରରେ ଜାଣିବାକୁ ମିଳିଥିବା ସେ କହିଛନ୍ତି । ସାରା ଭାରତରେ ଯେତେ ଆଦିବାସୀ ସ୍କୁଲ ଅଛି, ସବୁଠାରୁ ଅଧିକ ଆର୍ଥୀକ ଅନୁଦାନ ’କିସ୍‌’ କୁ ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି । ଏହା ବାଦ୍ ସେ ୨୦ କୋଟି ଟଙ୍କା ବିଦେଶରୁ ଆଣିଥିବାବେଳେ ଏହି ସ୍କୁଲର ୫୦୦୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ପ୍ରତି ମାସରେ ୧୫ କେଜି ଲେଖାଏଁ ଚାଉଳ ଯୋଗାଇ ଦେଉଛନ୍ତି, ଯାହାର ମୂଲ୍ୟ ୨.୫ କୋଟି ଟଙ୍କା ହେବ ବୋଲି ସେ କହିଛନ୍ତି । ଏପରିକି ଉକ୍ତ ସଂସ୍ଥା ସମ୍ପୂର୍ଣ୍ଣ ଭାବେ ସରକାରୀ ଜମି ଉପରେ ସ୍ଥାପିତ ହୋଇଛି । ଉକ୍ତ ଜମିର ବଜାର ମୂଲ୍ୟ ୪୦୦ କୋଟି ଟଙ୍କା ହେବ ଓ ସେ ଭିତରୁ ଅନେକ ପରିମାଣର ଜମି ଜବରଦଖଲ ଅଟେ, ଯାହା ପାଇଁ କି ଶ୍ରୀ ସାମନ୍ତ ଟଙ୍କାଟିଏ ଦେଇ ନାହାନ୍ତି ବୋଲି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଅଭିଯୋଗ ଆଣିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ‘କିସ୍‌’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସରକାରଙ୍କଠୁ କୋଟି କୋଟି ଟଙ୍କାର ସୁବିଧା ନେଉଥିବା ଅଭିଯୋଗ !