(୦୮/୮) ଉତ୍ତର ପ୍ରଦେଶରେ ଦିନକୁ ଦିନ ଅପରାଧ ମୂଳକ କାର୍ଯ୍ୟ ବଢ଼ିବାରେ ଲାଗିଛି । ଏପରିକି ଅପରାଧିମାନେ ଆଉ କାହାକୁ ଭୟ ମଧ୍ୟ କରୁ ନଥିବା ଲୋକେ ଭାବିଲେଣି । ଏହି କ୍ରମରେ ମୋରାଦାବାଦଠାରେ ନିଜ ଘର ବାହାରେ ଖେଳୁଥିବା ଏକ ୫ ବର୍ଷର ନିରୀହ ବାଳକକୁ ଅପରାଧିମାନେ ଅପହରଣ କରି ନେଇଥିବା ଜାଣିବାକୁ ମିଳିଛି । ପିଲାଟିକୁ ଖୋଜିବାକୁ ପୋଲିସ୍ ତଦନ୍ତରେ ଲାଗିଛି । ଅପହୃତ ପିଲାର ବାପା ଗୋଟିଏ ଫାଇନାନ୍ସ କମ୍ପାନୀରେ କଲେକ୍ସନ୍ ଏଜେଣ୍ଟ ଭାବରେ କାର୍ଯ୍ୟ କରନ୍ତି ବୋଲି ସୂଚନା ମିଳିିଛି । ଅପହରଣକାରୀମାନେ ଅପହୃତ ବାଳକକୁ ଛାଡ଼ି ଦେବାକୁ ୩୦ ଲକ୍ଷ ଟଙ୍କା ଦାବୀ କରିଥିବା ଜଣାପଡ଼ିଛି ।
୫ ବର୍ଷର ଅପହୃତ ବାଳକକୁ ଛାଡ଼ି ଦେବାକୁ ୩୦ ଲକ୍ଷ ଟଙ୍କା ଦାବୀ !
