(୦୪/୮) ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ‘ବାବା ସାହେବ ଆମ୍ବେଦକର ମେଡିକାଲ କଲେଜ ଓ ହସ୍ପିଟାଲ’ରେ କାର୍ଯ୍ୟ କରୁଥିବା ଡାକ୍ତର ଯୋଗିନ୍ଦର ଚୌଧୁରୀ(୨୭)ଙ୍କ କରୋନା ଯୋଗୁଁ ଗତ ସପ୍ତାହରେ ମୃତ୍ୟୁ ହୋଇଥିଲା । ତେବେ ସେଥିଯୋଗୁଁ ଦିଲ୍ଲା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜୱାଲ୍ ତାଙ୍କ ପରିବାରକୁ ଯାଇ ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିବା ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆମର କୋଭିଡ୍ ଯୋଦ୍ଦା ଡାକ୍ତର ଯୋଗିନ୍ଦର ଚୌଧୁରୀ ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲରେ କାର୍ଯ୍ୟ କରୁୁଥିଲେ ଓ ସେ ନିଜ ଜୀବନକୁ ବାଜି ଲଗାଇ ରୋଗୀ ଚିକିତ୍ସା କରୁଥିଲେ । ତାଙ୍କୁ ହରାଇ ତାଙ୍କ ପରିବାରର ଅନେକ କ୍ଷତି ହୋଇଛି, ତେବେ ତାଙ୍କର ଅବର୍ତ୍ତମାନରେ ଏହି ସହାୟତା ରାଶି ତାଙ୍କ ପରିବାରକୁ ଅନେକ କ୍ଷେତ୍ରରେ ସାହସ ଦେବ ସେ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି ।
କରୋନା ଯୋଗୁଁ ଡାକ୍ତରଙ୍କ ମୃତ୍ୟୁ ହେବାରୁ ୧ କୋଟି ଟଙ୍କା ଦେଲେ କେଜ୍ରିୱାଲ
