କରୋନାରେ ଉତ୍ତର‌ପ୍ରଦେଶ ମନ୍ତ୍ରୀଙ୍କ ପରେ କନ୍ୟାକୁମାରୀର ସାଂସଦ ଏଚ୍‌.ବସନ୍ତକୁମାରଙ୍କ ମୃତ୍ୟୁ


(୨୯/୮) ତାମିଲନାଡ଼ୁ କନ୍ୟାକୁମାରୀ ନିର୍ବାଚନ ମଣ୍ଡଳୀର ସାଂସଦ ଏଚ୍‌. ବସନ୍ତକୁମାରଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍ୱର୍ଗତ ବସନ୍ତକୁମାର କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିବା ପରେ ଗତ ୧୦ ତାରିଖ ଦିନ ହସପିଟାଲରେ ଭର୍ତ୍ତିହୋଇଥିଲେ । ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ଲଗାତାର ତାଙ୍କ ସ୍ୱାସ୍ଥ୍ୟରେ ଅବନତି ହେବା ପରେ ଚେନ୍ନାଇସ୍ଥିତ ଆପୋଲୋ ହସପିଟାଲରେ ସେ ୭୦ ବର୍ଷ ବୟସରଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କନ୍ୟାକୁମାରୀ ଲୋକସଭା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିଲେ ଓ ପୂର୍ବରୁ ତାମିଲନାଡ଼ୁର ନାଙ୍ଗୁନେରି ବିଧାନସଭା ମଣ୍ଡଳୀର ବିଧାୟକ ଥିବା ଜଣାପଡ଼ିଛି । ‘ବସନ୍ତ ଏଣ୍ଡ କୋ ହୋମ୍ ଏପ୍ଲାଏନ୍‌ସେସ ଚେନ୍ ଷ୍ଟୋର ଏଣ୍ଡ ବସନ୍ତ ଟିଭି’ ର ସେ ପ୍ରତିଷ୍ଠା କରିଥିଲେ । ସେ ତାମିଲନାଡ଼ୁ ରାଜ୍ୟ କଂଗ୍ରେସ କମିଟିର ସଭାପତି ଥିବା ଜଣାପଡ଼ିଛି । ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଉପ-ସଭାପତି ରାହୁଳ ଗାନ୍ଧୀ ଓ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ, ସ୍ୱର୍ଗତ ବସନ୍ତକୁମାର ଜଣେ ଉଦ୍ୟୋଗୀ ଓ ସାମାଜିକ କାର୍ଯ୍ୟକର୍ତ୍ତା ଥିଲେ । ସେ ଉଭୟ ରାଜନୀତି ଓ ବ୍ୟବସାୟରେ ସୁନାମ କରିଥିଲେ । ତାମିଲନାଡ଼ୁର ଲୋକଙ୍କ ନିମନ୍ତେ ତାଙ୍କର ଉତ୍ସର୍ଗୀକୃତ ଜୀବନ ସମସ୍ତଙ୍କ ନିମନ୍ତେ ପ୍ରେରଣାଦାୟକ ବୋଲି ରାଷ୍ଟ୍ରପତି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ବସନ୍ତକୁମାରଙ୍କ ବ୍ୟବସାୟ ଓ ସମାଜସେବାର ମନୋବୃତ୍ତି ଉଲ୍କେଖନୀୟ । କଂଗ୍ରେସ ଉପ-ସଭାପତି ରାହୁଳ ଗାନ୍ଧୀ କହିଛନ୍ତି, ଅସମୟରେ ଶ୍ରୀ ଏଚ୍‌. ବସନ୍ତକୁମାରଙ୍କ ମୃତ୍ୟୁ ଖବର ଶୁଣି ସେ ମର୍ମାହତ ହୋଇପାଡ଼ିଛନ୍ତି । ସ୍ୱର୍ଗତ ବସନ୍ତକୁମାରଙ୍କ ଲୋକଙ୍କ ସେବା କରିବାକୁ ସେ ଯେପରି କଂଗ୍ରେସ ବିଚାରଧାରାରେ ଚାଲୁଥିଲେ, ତାହାକୁ ଲୋକେ ସର୍ବଦା ମନେ ରଖିବେ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କରୋନାରେ ଉତ୍ତର‌ପ୍ରଦେଶ ମନ୍ତ୍ରୀଙ୍କ ପରେ କନ୍ୟାକୁମାରୀର ସାଂସଦ ଏଚ୍‌.ବସନ୍ତକୁମାରଙ୍କ ମୃତ୍ୟୁ