କଣ୍ଟାବାଞ୍ଜି ପୋଲିସର ବଡ ସଫଳତା : ଦୁଇ ମାସରେ ୨୮ ଟି ଚୋରି ବାଇକ୍ ଉଦ୍ଧାର, ୬ଜଣ ଗିରଫ।


(୦୬/୧୧) କଣ୍ଟାବାଞ୍ଜି ସହର ତଥା ଆଖ ପାଖ ଅଞ୍ଚଳରୁ ଦୁଇ ମାସ ମଧ୍ୟରେ ମୋଟ ୨୮ ଟି ଚୋରି ହୋଇଥିବା ବାଇକ ପୋଲିସ ଜବତ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ଏହି ୬ ଜଣ ଅଭିଯୁକ୍ତ ହେଲେ ମୁକେଶ ଵରଗେ (କଣ୍ଟାବାଞ୍ଜି) ସତ୍ୟ ନାରାୟଣ ମାଝି,(ବେଲପଡା) ପିତବାସ ବାଗ, (ବେଲପଡା) ରମେଶ ମାଝି ( ବେଲପଡା) ସଂକୀର୍ତ୍ତନ ସତନାମି,( କଣ୍ଟାବାଞ୍ଜି) ତ୍ରିଲୋଚନ ରାଉତ (ବେଲପଡା) । ସୁଚନା ଅନୁସାରେ ୨୩-୧୦-୨୦୨୦ ଦିନ ଜୟପ୍ରତାପ ନାଏକ ସାପ୍ତାହିକ ଵଜରକୁ ପନିପରିବା କିଣିବା ଯାଇଥିବା ବେଳେ ତାଙ୍କର ବାଇକ ଓଡି ୦୩ ଏ ୧୫୩୮ ବିଜୁ ଜନତା ଦଳ ଅଫିସ ସମ୍ମୁଖରୁ ଚୋରି ହୋଇଥିବା କଣ୍ଟାବାଞ୍ଜି ପୋଲିସ ନିକଟରେ ଅଭିଯୋଗ କରିଥିଲେ । କଣ୍ଟାବାଞ୍ଜି ପୋଲିସ କେଶ ନମ୍ବର ୨୪୨/୨୦ ରେ ଏତଲା ରେଜିଷ୍ଟ୍ରେସନ କରି ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କୋଣ୍ଡଲକାଲ ନେତ୍ବତ ରେ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରି ଏହି ବାଇକ ଚୋରମାନଙ୍କୁ ଗିରଫ କରିଛନ୍ତି ବୋଲି କଣ୍ଟାବାଞ୍ଜି ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ସଵଡିଭିଜନାଲ ପୋଲିସ ଅଫିସର ସରୋଜ ମହାପାତ୍ର, ଥାନା ଅଧିକାରୀ ସତ୍ୟଜିତ କୋଣ୍ଡଲକାଲଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ( ରିପୋର୍ଟ-ଏସ କେ ସମିମ)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କଣ୍ଟାବାଞ୍ଜି ପୋଲିସର ବଡ ସଫଳତା : ଦୁଇ ମାସରେ ୨୮ ଟି ଚୋରି ବାଇକ୍ ଉଦ୍ଧାର, ୬ଜଣ ଗିରଫ।