((୧୦/୬) କଣ୍ଟାବାଞ୍ଜି ସହରରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ସ୍ଥାନୀୟ ଏସଡିପିଓ ଓ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରି ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠୁ ନଗଦ ୯୫ ହଜାର ଟଙ୍କା, ୭ ଟି ମୋବାଇଲ ଫୋନ ଓ ୨ ଟି ମୋଟର ସାଇକେଲ ଜବତ ପୋଲିସ୍ କରିଛି । ବଲାଙ୍ଗୀରର ତତ୍କାଳୀନ ଆରକ୍ଷୀ ଅଧିକ୍ଷକ କେ ଶିବା ସୁବ୍ରମଣୀଙ୍କ ସମୟରେ ପୋଲିସ୍ ଏଠିକାର ସଟ୍ଟ୍ା ଖେଳର ମୁଖ୍ୟକୁ ଠାବ କରିଥିଲେ ମଧ୍ୟ ଏବେ ବି ସଟ୍ଟା ଖେଳ ଚାଲିଥିବା ଲୋକେ ଚର୍ଚ୍ଚା କରୁଛନ୍ତି ।(ରିପୋର୍ଟ: ଏସ୍କେ ସମିମ୍)
କଣ୍ଟାବାଞ୍ଜି : ଜୁଆ ଆଡ୍ଡା ଉପରେ ପୋଲିସ୍ ର ଚଢାଉ, ୯୫ ହଜାର ଟଙ୍କା ଜବତ ।
