Skip to content
(୦୮/୧/୨୦୨୧)-ବଲାଙ୍ଗୀର ଜିଲ୍ଲା ଟିଟିଲାଗଡର ଯୁବ ସାମ୍ବାଦିକ ପ୍ରକାଶ ମହାରଣାଙ୍କ ଅକାଳ ବିୟୋଗରେ ସାମ୍ବାଦିକ ସଂଘ କଣ୍ଟାବାଞ୍ଜିର ଶୋକସଭା ପାଳନ କରାଯାଇଛି l କିଛି ଦିନ ତଳେ ପେଟରେ ଯନ୍ତ୍ରଣା ହେବାରୁ ଟିଟିଲାଗଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ l ଅବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା l ଉଚ୍ଚ ଚିକିତ୍ସା ପାଇଁ କଟକ ନେବାର ଯୋଜନା କରାଯାଉଥିଲା l କିନ୍ତୁ ଗତ ୪ ତାରିଖ ଦିନ ହଠାତ ଡାକ୍ତର ମୃତ ଘୋଷଣା କରିଥିଲେ l ଦୀର୍ଘ ୧୦ ବର୍ଷ ସାମ୍ବାଦିକତାରେ ଜଡିତ ଥାଇ ଏକ ଛାପ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଭାବେ ଟିଟିଲାଗଡରେ କାମ କରି ଆସୁଥିଲେ l ତାଙ୍କର ଅନେକ ଘଟଣା ପ୍ରସାରିତ ଖବର ଗୁଡିକ ଅନେକ ସମୟରେ ଚର୍ଚ୍ଚାର ବିଷୟ ହେଉଥିଲା lଏପରିକି ଟିଟିଲାଗଡ ଅଞ୍ଚଳରେ ପ୍ରକାଶ ମହାରଣାଙ୍କ ବେଶ ନାଁ ମଧ୍ୟ ଥିଲା l ତାଙ୍କ ଅକାଳ ବୟୋଗରେ ଅଞ୍ଚଳ ତଥା ସାମ୍ବାଦିକ ମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି l ଆଜି ସାମ୍ବାଦିକ ସଂଘ କଣ୍ଟାବାଞ୍ଜିର ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ଅମର ଆତ୍ମାର ସତଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରି କାର୍ଯ୍ୟରତ ସାମ୍ବାଦିକଙ୍କ ବିୟୋଗ ହେଲେ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା l ଆଜି ର ଏହି ଶୋକ ସଭା ରେ ସଭାପତି ସୁବାଷ ବେହେରା, କାର୍ଯ୍ୟକାରୀ ସଭାପତି ଜୀବନା ନନ୍ଦ ମହାନ୍ତି,ସମ୍ପାଦକ ଗୁରୁଦୟାଲ ହଂସ, ଶିବ ଶଙ୍କର ବାଗ,ବିମଲ ଦାସ,କୃତିକର ବାଗ,ଏସ କେ ସମିମ୍ ,ବିନୋଦ ସିଂ,ହୁଲେଶ୍ୱର ହଂସ, ଅଶୋକ ନାରାୟଣ ଭୋଇ, ଅଭିମନ୍ୟୁ ବହିଦାର,ମୋହନ ସୋନି, ଅନ୍ତିମ ପାଣିଗ୍ରାହୀ,ବିଭୁତି ଭୂଷଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ-ଏସ୍ କେ ସମିମ୍)
Advertisement