କଳାହାଣ୍ଡି ଜିଲ୍ଲାର ଏମ୍. ରାମପୁର ଥାନାରେ ବିନିତା ଟପ୍ପୋ ନାମକ ଜଣେ ପୋଲିସ୍ ଏସ୍ଆଇ ରାସ୍ତା ପାଶ୍ୱର୍ରେ ପଡ଼ିଥିବା ଜଣେ ମହିଳାଙ୍କୁ ସାହାଯ୍ୟ କରି ପ୍ରଶଂସାର ପାତ୍ରୀ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ସେ ତାଙ୍କ କାର୍ଯ୍ୟ ସମ୍ପାଦନ କରୁଥିବା ସମୟରେ ଜଣେ ଅସହାୟ ବୃଦ୍ଧ ମହିଳାଙ୍କୁ ରାସ୍ତା କଡ଼ରେ ପାଇ ତାଙ୍କୁ ଗାଡ଼ିରେ ନେଇ ତାଙ୍କ ନିଜ ଘରେ ପହଞ୍ଚ।ଇ ଥିବାରୁ ତାଙ୍କ ଘରଲୋକେ ତଥା ଜିଲ୍ଲା ପୋଲିସ୍ ପକ୍ଷରୁ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।
କଳାହାଣ୍ଡି ଜିଲ୍ଲାର ମହିଳା ପୋଲିସ୍ ଏସ୍ଆଇଙ୍କ ଉଦାରତା
