(୧୨/୧୦) କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ ସହ ଭେଣ୍ଟିଲେଟର ର ବ୍ୟବସ୍ଥା ସାଙ୍ଗକୁ ଆମ୍ବୁଲାନ୍ସ ସେବା ଶୀଘ୍ର ଯୋଗାଇ ଦେବା ଭଳି ବିଭିନ୍ନ ଦାବି ନେଇ ଆଜି ନବରଙ୍ଗପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ଉନିୟନ ଓୟୁଜେ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି।ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କରନା ତାର କାୟା ବିସ୍ତାର କରି ଚାଲୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଡ଼ିବାରେ ଲାଗିଛି।ଏପରି ସ୍ଥଳରେ ଜିଲ୍ଲାରେ କୋଭିଡ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଦରକାର ପଡ଼ୁଥିବା ଭେଣ୍ଟିଲେଟର ଏବଂ ଆମ୍ବୁଲାନ୍ସ ର ଅଭାବ ଯୋଗୁଁ ରୋଗୀ କୁ ବାହାର କୁ ପଠା ଯାଉଛି।ତେଣୁ ସାଧାରଣ ଲୋକେ ବହୁ ଅସୁବିଧା ର ସମ୍ମୁଖିନ ହେବା ସହ ମୃତ୍ୟୁ ମୁଖରେ ପଡ଼ୁଛନ୍ତି।କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ପୂର୍ବରୁ ଏ ନେଇ ନବରଙ୍ଗପୁର ମିଡ଼ିଆ ଉନିୟନ (ଓୟୁଜେ)ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏବଂ ଏହାର ସ୍ଥାୟୀ ସମାଧାନ ଆସନ୍ତା ୧୦ ଦିନ ମଧ୍ୟରେ କରିବାକୁ କୁହାଯାଇଥିଲା ନହେଲେ ଆଗାମୀ ଦିନରେ ଜିଲ୍ଲା ମିଡ଼ିଆ ଉନିୟନ ଧାରଣାରେ ବସିବାକୁ ଚେତାବନୀ ଦିଆଯାଇଥିଲା।କିନ୍ତୁ ଦାବିପତ୍ର ପ୍ରଦାନ କରି ୨୦ ଦିନ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ ସନ୍ତୋଷ ଜନକ ଉତ୍ତର ମିଳି ନଥିବାରୁ ଆଜି ଜିଲ୍ଲା ମିଡ଼ିଆ ଉନିୟନ (ଓୟୁଜେ) ପକ୍ଷରୁ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇ ଖୁବଶୀଘ୍ର ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।ସାମ୍ବାଦିକ ମାନଙ୍କ ଧାରଣା କୁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ତଥା ବିଭିନ୍ନ ସଂଘଠନ ମାନେ ସମ୍ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। (ରିପୋର୍ଟ-ବାବୁଲି ଗଣ୍ଡ)
କୋଭିଡ୍ ହସପିଟାଲରେ ଉପଯୁକ୍ତ ସେବା ଦାବି କରି ନବରଙ୍ଗପୁରରେ ସାମ୍ବାଦିକ ସଂଘର ଧାରଣା।
