(୧୭/୯) ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣି ଗ୍ରାମ ପଞ୍ଚାୟତ ରାମୁଣ ଗାଁ କୁ ଖବର ସଂଗ୍ରହ କରୁଥିବା ବେଳେ ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକଙ୍କୁ ସରପଂଚ ପ୍ରେମଲତା ମେହେର ଓ ସ୍ବାମୀ ନରେନ୍ଦ୍ର ମେହେର ସହ ତାଙ୍କର ସମର୍ଥକ ମାନେ ମାରପିଟ୍ କରିବା କ୍ୟାମେରା ଭାଂଗିବା ସହିତ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ଦର୍ଶାଇ ତୁରେକେଲା ପୋଲିସକୁ ଲିଖିତ ଏତଲା ଦେଇଛନ୍ତି ? ଏହି ବିଷୟକୁ ନେଇ କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ତୁରେକେଲା ଥାନାକୁ ଯାଇ ଦୋଷୀବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ଏହି ଘଟଣାକୁ ବୈଠକରେ ନିନ୍ଦା କରି ଏକ ରିଜୁଲେସନ ମଧ୍ୟ ପାସ କରିଛି। ସୁଚନା ଅନୁସାରେ ଓଡ଼ିଶାରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ କୋୖଣସି ଆଇନ୍ ନାହିଁ। ଗତବର୍ଷ ମାନ୍ୟବର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବିଧାନ ସଭାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ପ୍ରସଂଗ ଉଠାଇ କହିଥିଲେ ସାମ୍ବାଦିକ ଉପରେ ନିର୍ବାଚିତ ପ୍ରତିନିଧି ମାନେ ଅସଦାଚରଣ କରୁଛନ୍ତି । ସାମ୍ବାଦିକ ମାନଙ୍କର ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆଇନ ପ୍ରଣୟନ ପାଇଁ ବିଧାନସଭା ରେ ଦାବୀ କରିଥିଲେ । ରାଜ୍ୟ ସରକାର କୁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ ମାହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟ ଦ୍ଵାରା ପ୍ରସ୍ତୁତି ସାମ୍ବାଦିକ ସୁରକ୍ଷା ଆଇନ ଆଣିବା ଉଚିତ ବୋଲି ମତ ଦେଇଥିଲେ । ରାଜ୍ୟ ସରକାରଙ୍କ ଏ ବିଷୟରେ କେତେ ଆନ୍ତରିକତା ରହିଛି, ତାହା ଦେଖିବାର ବେଳ ଆସିଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । (ରିପୋର୍ଟ-ଏସ୍.କେ ସମିମ୍)
କଣ୍ଟାବାଞ୍ଜି ଅଂଚଳରେ ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକଙ୍କୁ ସରପଂଚଙ୍କ ଆକ୍ରମଣ !
