ଇସ୍ରାଏଲ ଓ ଭାରତର ଉଦ୍ୟମ : କରୋନା ପରୀକ୍ଷାର ରିପୋର୍ଟ ମାତ୍ର ୩୦ ସେକେଣ୍ଡରେ ମିଳିଯିବ ?

(୦୧/୮) ଇସ୍ରାଏଲର ବୈଷୟିକ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଥିବା ଚାରୋଟି ପଦ୍ଧତିକୁ ଭାରତରେ ପ୍ରୟୋଗ କରିବାକୁ ବର୍ତ୍ତମାନ ପରୀକ୍ଷାନିରୀକ୍ଷା ଚାଲିଛି । ଏହା ସଫଳ ହୋଇଗଲେ କରୋନା ପରୀକ୍ଷାର ରିପୋର୍ଟ ପାଇବାକୁ ଆଉ ଦିନ ଦିନ ଅପେକ୍ଷା କରିବାକୁ ପଡ଼ିବନି, କେବଳ ୩୦ ସେକେଣ୍ଡ ଭିତରେ ରିପୋର୍ଟ ମିଳିଯିବ ବୋଲି କୁହାଯାଇଛି । ଯୋଜନାନୁସାରେ ୧୦ ହଜାର ଲୋକଙ୍କଠାରେ ଏହି ପରୀକ୍ଷା କରାଯିବ । ଏହା ସଫଳ ହେଲେ ଅର୍ଥନୀତି ସୁଧାରିବାରେ ଏହା ନିହାତି ସାହାଯ୍ୟ କରିବ ବୋଲି ବିଶେଷଜ୍ଞ ମାନେ ଆଶାବାଦୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟ ଜ୍ଞାନକୌଶଳ ପରାମର୍ଶଦାତା କେ ବିଜୟ ରାଘବନ୍‌ଙ୍କ କହିବାନୁଯାୟୀ, ଉଭୟ ଇସ୍ରାଏଲ ଓ ଭାରତର ପ୍ରତିରକ୍ଷା ବିଭାଗର ମିଳିତ ଉଦ୍ୟମରେ ଏହି କାର୍ଯ୍ୟ ଚାଲିଛି । ପ୍ରାଥମିକ ସ୍ତରରେ ପରୀକ୍ଷାଗାରରେ ଏଯାଏଁ ଏହା ସଫଳ ହୋଇ ଆସିଥିବା ସେ ପ୍ରକାଶ କରିଛନ୍ତି, କିନ୍ତୁ ଲୋକଙ୍କଠାରେ ତାହା ପ୍ରୟୋଗ କଲା ପରେ କେତେ ଫଳପ୍ରଦ ହେଉଛି ତାହା ଦେଖିବାକୁ ଅଛି । ଗତ ଶୁକ୍ରବାର ଦିନ ଭାରତରେ ଥିବା ଇସ୍ରାଏଲର ରାଷ୍ଟ୍ରଦୂତ ରୋନ୍ ମାଲକା ଓ ରାଘବନ୍ ମିଶି ରାମ ମନୋହର ଲୋହିଆ ହସପିଟାଲକୁ ଯାଇ ସେଠାରେ କିପରି ପରୀକ୍ଷା ସାମଗ୍ରୀ ଉପଲବ୍ଧ ରହିଛି ତାହା ଦେଖିଥିଲେ । ମାଲ୍‌କାଙ୍କ କହିବାନୁଯାୟୀ, ଯଦି ଏହି ଚାରୋଟି ବୈଷୟୀକ ଜ୍ଞାନକୌଶଳ ଭିତରୁ ଗୋଟିଏ ବି ଏକ ମିନିଟ୍ ଭିତରେ ରିପୋର୍ଟ ଦେଉଥିବା ଜଣା ପଡ଼ିଗଲା, ତେବେ ତାହା ସମଗ୍ର ବିଶ୍ୱ ପାଇଁ ଏକ ଆଶା ଆଣିଦେବ । ତାଙ୍କ କହିବାନୁଯାୟୀ ଏହି ସପ୍ତାହରେ ଇସ୍ରାଏଲର ତେଲ ଅଭିଭ୍‌ରୁ ଏକ ସ୍ୱତନ୍ତ୍ର ବିମାନରେ ଚିକିତ୍ସା ସମ୍ବନ୍ଧୀୟ ଅନେକ ସାମଗ୍ରୀ ଭାରତକୁ ଆସୁଛି ବୋଲି ସେ କହିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଇସ୍ରାଏଲ ଓ ଭାରତର ଉଦ୍ୟମ : କରୋନା ପରୀକ୍ଷାର ରିପୋର୍ଟ ମାତ୍ର ୩୦ ସେକେଣ୍ଡରେ ମିଳିଯିବ ?