ହିରୋସୀମାରେ ପରମାଣୁ ବୋମା ପଡ଼ିବାର ୭୫ ବର୍ଷ ପୂର୍ତ୍ତି ପାଳନ


(୦୭/୮) ହିରୋସିମା ସହରରେ ପରମାଣୁ ବୋମା ପଡ଼ିବାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜାପାନରେ ଏକ ପ୍ରାର୍ଥନା ଓ ପୁଷ୍ପ ଅର୍ପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଉପଲକ୍ଷେ ପିସ୍ ମେମୋରିଏଲ୍ ପାର୍କରେ ଗତକାଲି ଆୟୋଜିତ କାର୍ଯ୍ୟକ୍ରମରେ ଜାପାନର ପ୍ରଧାନମନ୍ତ୍ରୀ ଆବେ ପରମାଣୁ ବୋମା ତିଆରିକୁ ନିଷିଦ୍ଧ କରିବାକୁ ଆହ୍ୱାନ ଦେଇଥିଲେ । ସେଠାରେ ଉପସ୍ଥିତ ସମସ୍ତେ ସକାଳ ୮ଟା ୧୫ ମିନିଟରେ ଗୋଟିଏ ମିନିଟ୍ ପାଇଁ ନୀରବ ରହିଥିଲେ । ୧୯୪୫ ମସିହାର ସେହି ଦିନର ସେହି ସମୟରେ ହିଁ ସେଠାରେ ପରମାଣୁ ବୋମା ପଡ଼ିଥିଲା । ଜାପାନ ଏବେ ବି କୌଣସି ପରମାଣୁ ବୋମା ନ ରଖିବା, ତିଆରି ନ କରିବା ଓ ବ୍ୟବହାର ନ କରିବାକୁ ଏବେ ବି ତା ନିଷ୍ପତ୍ତିରେ ସୃଦୃଢ଼ ଅଛି ବୋଲି ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏହି କଥାକୁ ସ୍ମରଣ କରାଇ ଦେଇଥିଲେ । ସେ ଆହୁରି କହିଥିଲେ ଯେ, ପରମାଣୁ ବୋମା ଆକ୍ରମଣରେ ଦେଶରେ କି କ୍ଷତି ହୋଇଥିଲା ସେମାନେ ତାହା ଅଙ୍ଗେ ନିଭାଇଛନ୍ତି । ସେଥିପାଇଁ ବିନା କୌଣସି ପରମାଣୁ ଅସ୍ତ୍ରରେ ମଧ୍ୟ ପୃଥିବୀରେ ରହି ହେବ ତାହା ଲୋକଙ୍କୁ ବୁଝାଇବା ସେମାନଙ୍କ କର୍ତ୍ତବ୍ୟ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ଆମେରିକାଦ୍ୱାରା ହିରୋସୀମା ଉପରେ ପକାଯାଇଥିବା ଏହି ବୋମାଦ୍ୱାରା ୧୪୦,୦୦୦ ଜଣ ଲୋକ ମୃତ୍ୟୁ ବରଣ କରିଥିବା ହିସାବରୁ ଜଣାପଡ଼ିଛି । ଏହାପରେ ଜାପାନର ତତ୍କାଳୀନ ସମ୍ରାଟ ହୀରୋହିତୋ ସେମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହାଇ ଯାଇଥିବା ଅଗଷ୍ଟ ୧୫ ତାରିଖ ଦିନ ଘୋଷଣା କରିଥିଲେ । ୧୩ ବର୍ଷ ବୟସରେ ସ୍କୁୁଲରେ ଥିବା ସମୟରେ ଏହି ବୋମା ପଡ଼ିବା ଘଟଣାକୁ ଅଙ୍ଗେ ନିଭାଇଥିବା ଜାପାନର ମହିଳା ସେତସୁକୋ ଥରଲୋଙ୍କୁ ୨୦୧୭ ମସିହାରେ ନୋବେଲ ପୁରସ୍କାର ମିଳିଥିଲା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ହିରୋସୀମାରେ ପରମାଣୁ ବୋମା ପଡ଼ିବାର ୭୫ ବର୍ଷ ପୂର୍ତ୍ତି ପାଳନ