ସାଲେପୁରର ଯୁବକଙ୍କୁ ‘ଦେଶଦ୍ରୋହ’ ମାମଲାରେ ଉତ୍ତରପ୍ରଦେଶ ପୋଲିସ ଗିରଫ କରିବା ଘଟଣାକୁ ନିନ୍ଦା କଲା ‘ଜନ ଅଧିକାର ମଂଚ’ !


(୧୭/୯) ସାଲେପୁରରର ସୟେଦ ହୁସେନଙ୍କୁ ଉତ୍ତରପ୍ରଦେଶ ପୋଲିସ୍ ମିଥ୍ୟା ତଥା ମନଗଢ଼ା ‘ଦେଶଦ୍ରୋହ’ ଅପରାଧରେ ଗିରଫ କରିବା ଓଡ଼ିଶା ପୋଲିସ୍ ଓ ନ୍ୟାୟବ୍ୟବସ୍ଥାକୁ ଅନୁସରଣ କରାଯାଇ ନାହିଁ ବୋଲି ‘ଜନ ଅଧିକାର ମଂଚ’ କହିଛି । ଏହା ସହ ୪୨ ବର୍ଷର ଉକ୍ତ ଯୁବକଙ୍କୁ ଉତ୍ତର ପ୍ରଦେଶ ପୋଲିସ୍ ରିମାଣ୍‌ଡରେ ନେବା ସମୟରେ ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖି କାମ କରିବା ନିମନ୍ତେ ରାଜ୍ୟ ପୋଲିସ୍ ଓ ନ୍ୟାୟାଳୟ ସେଥିରେ ସହଯୋଗ କରିଛନ୍ତି, ତାହାକୁ ପୁଣି ରାଜ୍ୟର ଗଣମାଧ୍ୟମ ଠିକରେ ଅନୁସନ୍ଧାନ ନ କରି ଧାର୍ମିକ ଅଳ୍ପସଂଖ୍ୟକ ହୋଇଥିବା ହେତୁ ଏହି ଖବରକୁ ସ୍ଥାନୀୟ ଗଣମାଧ୍ୟମ ଏକ ପାଖିଆ ଭାବେ ପ୍ରକାଶ କରିଥିବାରୁ ‘ଜନ ଅଧିକାର ମଂଚ’ ଏହି ଘଟଣାର ନିନ୍ଦା କରିଛି । ମଂଚର ଅଭିଯୋଗ ଅନୁଯାୟୀ ସୟେଦ ହୁସେନଙ୍କ ବାପା ଗତ ୭ ତାରିଖ ଦିନ ଇଣ୍ଟରନେଟ ମାଧ୍ୟମରେ ଉତ୍ତରପ୍ରଦେଶ ବାଗପତ୍ ଥାନାଧିକାରୀ ପଠାଇଥିବା ଏଫ୍‌ଆଇଆର୍ କପିରେ କେବଦଳ ୫୦୭ ଧାରା(ନିଜ ନାମ ଗୋପନ ରଖି ଧମକ ଦେବା) ଉଲ୍ଲେଖ ଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଧାରାରେ ଅଭିଯୁକ୍ତ ଥିବା ବ୍ୟକ୍ତିକୁ ତୁରନ୍ତ ଗିରଫ କରିବାକୁ ବାରଣ କରାଯାଇଛି । ଅନୁସନ୍ଧାନକାରୀ ଅଧିକାରୀ ଅଭିଯୁକ୍ତକୁ ଥାନାକୁ ଡାକି କେବଳ ଅନୁସନ୍ଧାନ କରିବେ ଓ ଅଭିଯୁକ୍ତକୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦେବେ, କିନ୍ତୁ ସୟେଦ ହୁସେନଙ୍କ କ୍ଷେତ୍ରରେ ଏହାର ସମ୍ପୂର୍ଣ୍ଣ ଖିଲାପ କରାଯାଇଛି ବୋଲି ମଂଚ ଅଭିଯୋଗ କରିଛି । ‘ଜନ ଅଧିକାର ମଂଚ’ତରଫରୁ ଅନସନ୍ଧାନ ପରେ ଦିଆଯାଇଥିବା ଏକ ପ୍ରେସ ବାର୍ତ୍ତାରେ ପ୍ରକାଶ କରାଯାଇଛି ଯେ, ସୟେଦ ହୁସେନ ଜଣେ ଏମ୍‌ବିଏ ଡିଗ୍ରୀଧାରୀ ବ୍ୟକ୍ତି ଯାହାଙ୍କ ନାମରେ କି କୌଣସି ଅପରାଧ କରିଥିବା ରେକର୍ଡ଼ ନାହିଁ । ପୂର୍ବରୁ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ବିରୋଧ କରି ଫେସବୁକ୍‌ରେ ବେଳେବେଳେ ପୋଷ୍ଟିଂ କରିଥିବା ତାଙ୍କ ବାପା ପ୍ରକାଶ କରିଥିବା ଏଥିରେ ମଂଚ ଦର୍ଶାଇଛି । ସୟେଦ ହୁସେନଙ୍କ ବାପା କେନ୍ଦ୍ର ସରକାରଙ୍କ ରେଳ ବିଭାଗର ଏକ ସ୍କୁଲରେ ଶିକ୍ଷକ ଥିଲେ ଓ ତାଙ୍କ ଦ୍ୱିତୀୟ ପୁଅ ସେନାବାହିନୀରେ କାମ କରନ୍ତି । ଟେଲିଫୋନ ଆଳାପର କୌଣସି ରେକର୍ଡ଼ ନଥିବା ସତ୍ତ୍ୱେ ସାଲେପୁର ଜେଏମ୍‌ଏଫ୍‌ସି ପୁଲିସ ରିମାଣ୍ଡ ଲାଗି ଅନୁମତି ଦେବା ନ୍ୟାୟ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ପୁଣି ୫୦୭ ଧାରା ଜାମିନଯୁକ୍ତ ଅପରାଧ ହୋଇଥିଲେ ବି ତାଙ୍କୁ ଜାମିନରେ ଯିବା ଲାଗି ସୁଯୋଗ ନ ଦେଇ ରାଜ୍ୟର ପୋଲିସର ସହଯୋଗରେ ଉତ୍ତରପ୍ରଦେଶ ପୋଲିସ୍ ଗିରଫ କରି ରିମାଣ୍ଡରେ ନେବା ନ୍ୟାୟ ବ୍ୟବସ୍ଥା ଓ ପୋଲିସ ବିଭାଗର ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ‘ଜନ ଅଧିକାର ମଂଚ’ ତରଫରୁ ଏକ ପ୍ରେସବାର୍ତ୍ତାରେ କୁହାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସାଲେପୁରର ଯୁବକଙ୍କୁ ‘ଦେଶଦ୍ରୋହ’ ମାମଲାରେ ଉତ୍ତରପ୍ରଦେଶ ପୋଲିସ ଗିରଫ କରିବା ଘଟଣାକୁ ନିନ୍ଦା କଲା ‘ଜନ ଅଧିକାର ମଂଚ’ !