(୨୮/୮) ଜାମିଆ ମିଲିଆ ଇସଲାମିଆ ବିଶ୍ୱ ବିଦ୍ୟାଳୟ ତରଫରୁ ସୁଦର୍ଶନ ନ୍ୟୁଜ ଚ୍ୟାନେଲ ଓ ଏହାର ମୁଖ୍ୟ ସଂପାଦକ ସୁରେଶ ଚଓନକେଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଜଣାଇଛନ୍ତି । ଏହି ନ୍ୟୁଜ ଚ୍ୟାନେଲ ପକ୍ଷରୁ ବିଶ୍ୱବିଦ୍ୟାଳୟ ଓ ମୁସଲିମ ସମ୍ପ୍ରଦାୟ ବିରୁଦ୍ଧରେ ଏକ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସେମାନଙ୍କୁ ଅପମାନିତ କରିବାକୁ ପ୍ରୟାସ କରାଯାଉଥିବା ସଂଗଠନ ପକ୍ଷରୁ କୁହାଯାଇଛି । ଉକ୍ତ ଚ୍ୟାନେଲରେ ଶୁକ୍ରବାର ରାତି ୮ ଟାରେ ଏକ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ଯେଉଁଥିରେ କି ଜାମିଆ ରେସିଡେନସିଆଲ କୋଚିଂ ଏକାଡେମୀରେ କୋଚିଂ ନେଇ ୟୁପିଏସ୍ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୁସଲିମ ଛାତ୍ରଛାତ୍ରୀଙ୍କ ଉପରେ ପର୍ଯ୍ୟବେଶିତ । ଯେଉଁ ମୁସଲିମ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ‘ଜାମିଆର ଜିହାଦୀ’ ବୋଲି ଏଥିରେ ଆଖ୍ୟା ଦିଆଯାଇଛି । ଉକ୍ତ ଚ୍ୟାନେଲ ଯେ କେବଳ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମୁସଲିମ ଛାତ୍ରଛାତ୍ରୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ତା ନୁହେଁ, ବରଂ ୟୁପିଏସ୍ସିର ଛବିକୁ ମଧ୍ୟ ମଳିନ କରିବାକୁ ଉଦ୍ୟମ କରୁଛି ବୋଲି ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଲୟର ଲୋକ ସମ୍ପର୍କ ଅଧିକାରୀ ଏକ ବିବୃତି ଜାରି କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ସୁଦର୍ଶନ ନ୍ୟୁଜ ଚ୍ୟାନେଲର ଏହି କାର୍ଯ୍ୟକ୍ରମକୁ ଆଇପିଏସ୍ ସଂଗଠନ ମଧ୍ୟ ପୂର୍ବରୁ ବିରୋଧ କରିସାରିଛି ।
ସୁଦର୍ଶନ ନ୍ୟୁଜ୍ ଚ୍ୟାନେଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଜାମିଆ ବିଶ୍ୱବିଦ୍ୟାଳୟର ପତ୍ର
