ଭୋକରେ ଥିବା ଲୋକ ଯଦି କିଛି ପରିମାଣର ଖାଦ୍ୟ ଚୋରି କରେ ତେବେ ତାହା ଅପରାଧ ନୁହେଁ ବୋଲି ଇଟାଲୀର ସର୍ବବୃହତ କୋର୍ଟ ଏକ ରାୟରେ କହିଛନ୍ତି । ଏକ ସୁପରମାର୍କେଟରୁ ଅସ୍ଟ୍ରିାଆକୋଭ ନାମକ ଜଣେ ଗୃହହୀନ ବ୍ୟକ୍ତି ଅତ୍ୟନ୍ତ ଆବଶ୍ୟକତା ଥିବାରୁ ସ୍ୱାସ୍ଥ୍ୟ ନିମନ୍ତେ ତାଙ୍କର ଖାଦ୍ୟ ଖାଇବା ନିହାତି ଦରକାର ଥିଲା ବୋଲି କୋର୍ଟ କହିଛନ୍ତି । ସେଥିପାଇଁ ତାହା କୌଣସି ଚୋରି ନୁହେଁ ବୋଲି କୋର୍ଟ କହିଛନ୍ତି । ଆର୍ଥୀକ ମାନ୍ଦାବସ୍ଥା ସମୟରେ ଏକ ଶିକ୍ଷିତ ନାଗରୀକ ସମାଜରେ ରହୁଥିବା କୌଣସି ବଦମାସ ଲୋକ ବି ଭୋକରେ ମରିବା କଥା ନୁହଁ ବୋଲି କୋର୍ଟ ରାୟ ଦେଇଛନ୍ତି ।
ଇଟାଲୀୟ କୋର୍ଟଙ୍କ ରାୟ, ଭୋକିଲା ଲୋକ ଖାଦ୍ୟ ଚୋରି କଲେ ଅପରାଧ ନୁହେଁ
