ଇଶ୍ରାଏଲରେ ବାହାରିଲା ‘ସନୋମାସ୍କ’, କରୋନା ଭୂତାଣୁକୁ ବି ମାରିବ !


(୨୭/୬) ଇଶ୍ରାଏଲ ଦେଶରେ ଏକ ଏମିତି ମାସ୍କ ପ୍ରସ୍ତୁତ କରାଯାଇଛି ଯାହା କେବଳ କୌଣସି ଭୁତାଣୁକୁ ଅଟକାଇ ପାରିବ ତାହା ନୁହେଁ, ବରଂ ଭୂତାଣୁ ଓ ବ୍ୟାକ୍ଟେରିଆ ଉଭୟକୁ ଏ ମାରି ଦେବ । ସାଂଘାଇରେ ଥିବା ପରୀକ୍ଷାଗାରରେ ଗବେଷକମାନେ ଚୂଡ଼ାନ୍ତ ଭାବେ ପରୀକ୍ଷାନିରୀକ୍ଷା କରିଛନ୍ତି ଯେ, ଏହି ମାସ୍କଟି ବ୍ୟବହାର କରିବାଦ୍ୱାରା କରୋନା ଭାଇରସକୁ ମଧ୍ୟ ପ୍ରତିହତ କରାଯାଇ ପାରିବ । ୯୦% ରୁ ଅଧିକ ପ୍ରତିଶତ ଏହା ଭୂତାଣୁକୁ ନିଷ୍କ୍ରିୟ କରିବାରେ ସକ୍ଷମ ବୋଲି ଜଣାପଡ଼ିଛି । ଏହା କିପରି କାର୍ଯ୍ୟ କରେ? କମ୍ପାନୀର ‘ସନୋମାସ୍କ’ଟିରେ ଜିନ ଅକ୍ସସାଇଡ୍ ଏକ ପରସ୍ତ ରହିଥାଏ, ଯାହାକି କୌଣସି ବ୍ୟାକ୍ଟେରିଆ ବା ଭୁତାଣୁକୁ ଆରାମରେ ମାରି ପାରିଥାଏ । ଏହି କମ୍ପାନୀର ଯୋଜନା ପ୍ରସ୍ତୁତକାରୀ ଡଃ ଜେସନ୍ ମିଗଡଲ୍‌ଙ୍କ କହିବାନୁଯାୟୀ ଏହି ମାସ୍କରେ ବ୍ୟବହାର କରା୍‌ଯାଉଥିବା ଔଷଧୀୟ ଦ୍ରବ୍ୟଗୁଡ଼ିକ ଆଗାମୀ ଦିନରେ ୯୯% କରୋନା ଭୂତାଣୁକୁୁ ମାରିବାରେ ସହାୟକ ହେବ । ତାଙ୍କ କହିବାନୁୁଯାୟୀ, ଏହି ମାସ୍କ ପରୀକ୍ଷା କରିବା ଚୂଡ଼ାନ୍ତ ପର୍ଯ୍ୟାୟ ଥିଲା ଯାହାକୁ କି ପ୍ରସ୍ତୁତ କରିବା ଲାଗି ମାସ ମାସ ସମୟ ଲାଗିଥିଲା । ଏହି ଅଭିନବ ମାସ୍କ ତିଆରି କରିଥିବା ‘ସନୋଭିଆ’ କମ୍ପାନୀ ପୂର୍ବରୁ ଲୋକଙ୍କୁ ମାସ୍କ ମଧ୍ୟ ବାଣ୍ଟିଛି । ବର୍ତ୍ତମାନ ଏହା ପୃଥିବୀର ବିଭିନ୍ନ ଦେଶରେ ତାର ପ୍ରଯୁକ୍ତି ବିଦ୍ୟା ପ୍ରସାର କରିବାକୁ କାର୍ଯ୍ୟ କରୁଛି । ଜର୍ମାନୀ ଓ ଆମେରିକାର ଡାକ୍ତରଖାନାମାନଙ୍କରେ ମଧ୍ୟ ଏହାଦ୍ୱାରା ଉତ୍ପନ୍ନ ବିଭିନ୍ନ ଔଷଧପତ୍ର ସାମଗ୍ରୀ ବ୍ୟବହାର କରାଯାଉଛି । ବର୍ତ୍ତମାନ ବ୍ରାଜିଲରେ କରୋନା ଭୂତାଣୂ ଅଧିକ ମାତ୍ରାରେ ସଂକ୍ରମଣ ହେଉଥିବାରୁ ଏହି ପ୍ରଯୁକ୍ତି ବିଦ୍ୟା ସେଠାକୁ ସଂପ୍ରସାରଣ କରିବାକୁ ସେମାନେ ବିଚାର କରୁଥିବା ଡଃ ମିଗଡଲ ପ୍ରକାଶ କରିଛନ୍ତି । ‘ସନୋଭିଆ’ କମ୍ପାନୀର ମାସ୍କକୁ ନ୍ୟୁୟର୍କ ଓ ଫ୍ଲୋରିଡ଼ାରେ ଲୋକେ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି ଓ ବର୍ତ୍ତମାନ କମ୍ପାନୀ ଆମେରିକାରେ ଏହା କାର୍ଯ୍ୟ କରିବାକୁ ସରକାରଙ୍କଠୁ ଅନୁମତି ଲୋଡ଼ିଛି । ଏହି ‘ସନୋମାସ୍କ’ କୁ ପୃଥିବୀର ବିଭିନ୍ନ ଦେଶକୁ ବର୍ତ୍ତମାନ ରତ୍ପାନୀ ହେଉଛି ଓ ପ୍ରତିଟି ସନୋମାସ୍କ’ର ଦାମ୍ ୩୦ ଡଲାର ରହିଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଇଶ୍ରାଏଲରେ ବାହାରିଲା ‘ସନୋମାସ୍କ’, କରୋନା ଭୂତାଣୁକୁ ବି ମାରିବ !