ମୁଖ୍ୟମନ୍ତ୍ରୀଙ୍କ ନାମରେ ଅଭିଯୋଗ କରିଥିବା ଆଇପିଏସ୍ ଅଧିକାରୀ ଲକ୍‌ଡାଉନ ଭଙ୍ଗ ନାମରେ ଅଟକ୍‌ !

(୩୧/୭) ପଶ୍ଚିମ ଇମ୍ଫାଲ ପୋଲିସ୍ କୋଭିଡ୍ ନିୟମ ଭଙ୍ଗ କରିଥିବା ଦର୍ଶାଇ ବରିଷ୍ଠ ପୋଲିସ୍ ଅଧିକାରୀ ଥାଉନାଓଜାମ ବ୍ରିନ୍ଦା ଓ ତାଙ୍କ ଦୁଇ ସହଯୋଗୀଙ୍କୁ ସୋମବାର ଦିନ ଅଟକ ରଖିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଏହି ମାସ ଆରମ୍ଭରେ ବ୍ରିନ୍ଦା ବିଜେପିର ଏକ ଡ୍ରଗ୍ ବେପାରୀ ବିରୁଦ୍ଧରେ ହେଉଥିବା ତଦନ୍ତରେ ମଣିପୁର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଥିବା ଅଭିଯୋଗ କରିଥିଲେ । ଯାହାକି ସେ ତାଙ୍କ ଫେସବୁକ ପୋଷ୍ଟରେ କୋର୍ଟ କିପରି ଏହି ଡ୍ରଗ ମାଫିଆକୁ ବେଲ୍ ଦେଇଦେଲେ ବୋଲି ପ୍ରଶ୍ନ କରିଥିଲେ । ଫଳରେ ତାଙ୍କ ନାମରେ କୋର୍ଟ ଅବମାନନା କେଶ ହୋଇଥିଲା । ବ୍ରିନ୍ଦା ଓ ତାଙ୍କ ଅନ୍ୟ ଦୁଇ ସହଯୋଗୀ କ୍ୱାକେଥେଲ ଏଫ୍‌ସିଆଇ ପାରି ହେଉଥିଲାବେଳେ ସେମାନଙ୍କୁ ପୋଲିସ୍ ଅଟକାଇଥିଲା । ତାଙ୍କ ସ୍ୱାମୀ କର୍ଫ୍ୟୁ ନିୟମ ଭଙ୍ଗ କରିଥିବାରୁ ଜରିମାନା ଦେବାକୁ ରାଜି ହୋଇଥିଲେ ବି ମହିଳାଟିଏ ବୋଲି ମଧ୍ୟ ନ ଭାବି ରାତ୍ର ୧୨ ଟା ୪୦ ରୁ ଅଟକ ରଖିଥିଲେ । ବ୍ରିନ୍ଦାଙ୍କୁ ନେଇ ଯାଉଥିବା କାର୍‌ରେ ବସିଥିବା ବ୍ୟକ୍ତି ଜଣକ ନିଜକୁୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୋଲି ପରିଚୟ ଦେଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ମେଘଚନ୍ଦ୍ର ପ୍ରକାଶ କରିଛନ୍ତି । କାରରେ ବସିଥିବା ବ୍ୟକ୍ତିମାନେ କେଉଁଠୁ କେଉଁ ସ୍ଥାନକୁ ଯାଉଥିଲେ ତାହା ପ୍ରକାଶ ନ କରିବାରୁ ସେମାନଙ୍କ ଗାଡ଼ିକୁ ଯାଞ୍ଚ କରିବାକୁ ସେମାନଙ୍କୁ ଅଟକ ରଖାଯାଇଥିଲା ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି । ତେବେ ରାତି ୨ ଟା ୩୦ ରେ ସେମାନଙ୍କଠୁ ଜରିମାନା ଆଦାୟ କରି ଛାଡ଼ି ଦିଆଯାଇଥିଲା । ପୋଲିସ୍ ଅଧିକାରୀ ବ୍ରିନ୍ଦା ଯେପରି ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ବିରେନ୍ ସିଂଙ୍କ ସମ୍ମାନହାନି ହେଲା ପରି ମନ୍ତବ୍ୟ ନ ଦିଅନ୍ତି ସେଥିପାଇଁ କୋର୍ଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଆବେଦନ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ମୁଖ୍ୟମନ୍ତ୍ରୀଙ୍କ ନାମରେ ଅଭିଯୋଗ କରିଥିବା ଆଇପିଏସ୍ ଅଧିକାରୀ ଲକ୍‌ଡାଉନ ଭଙ୍ଗ ନାମରେ ଅଟକ୍‌ !