ଆଇପିଏଲ୍ ୨୦୨୦ : ସୁରେଶ ରୈନା ଆଇପିଏଲ୍ ନ ଖେଳି ଦୁବାଇରୁ ଫେରି ଆସିଲେ !


(୩୦/୮) ଚେନ୍ନାଇ ସୁପର କିଙ୍ଗସର ଷାର ଖେଳାଳୀ ସୁରେଶ ରୈନା ଆଇପିଏଲ ନ ଖେଳି ଦୁବାଇରୁ ଫେରି ଆସିଥିବା ‘ଗଲ୍ଫ ନ୍ୟୁଜ’ ପ୍ରକାଶ କରିଛି । କରୋନା ପରିସ୍ଥିତି ଯୋଗୁଁ ସେ ଗତ ଶୁକ୍ରବାର ଦିନଠୁ ନିଜ ପରିବାର ଓ ଦୁଇ ଛୋଟ ପିଲା ନିମନ୍ତେ ବିଚଳିତ ଥିବା ତାଙ୍କର ଦୁବାଇରେ ଥିବା ବନ୍ଧୁ ଜଣକ କହିଛନ୍ତି । ସେହି ଅଂଚଳରେ ହେଉଥିବା କ୍ରିକେଟ ମ୍ୟାଚର ପ୍ରସାରଣର ଅଧିକାର ପାଇଥିବା ତାଙ୍କର ବନ୍ଧୁ ଅଜୟ ସେଠୀଙ୍କ କହିବାନୁଯାୟୀ, ସେ ହଠାତ ୟୁଏଇର ନିଜ ଫ୍ୟାନଙ୍କୁ ଦୁଃଖ ପ୍ରକାଶ କରି ଚେନ୍ନାଇ ସୁପର କିଙ୍ଗସର କ୍ୟାମ୍ପରୁ ବାହାରି ଆସିଥିଲେ । ସେ ତାଙ୍କର ସ୍ତ୍ରୀ ପ୍ରିୟଙ୍କା ଓ ଚାରି ବର୍ଷ ବୟସ୍କ ଝିଅ ଗ୍ରାସିଆ ଓ ଚାରିମାସର ପୁଅ ରିଓ ପାଇଁ ବିଶେଷ ଚିନ୍ତିତ ଥିଲେ । ସେ ଦୁବାଇରେ ଓହ୍ଲାଇବା ପରେ ହିଁ ନିଜ ପରିବାରକୁ ଖୁବ ମନେ ପକାଉଥିଲେ ବୋଲି ତାଙ୍କ ବନ୍ଧୁ ଜଣକ ପ୍ରକାଶ କରିଛନ୍ତି । ଚାରିମାସର ଶିଶୁ ରିଓର ପାସପୋର୍ଟ ପ୍ରସ୍ତୁତ ହୋଇ ନ ପାରିବାରୁ ତାଙ୍କ ପରିବାର ଏଥର ଦୁବାଇ ଯାଇ ପାରିନଥିଲେ । ଶ୍ରୀ ରୈନା ନିଜ ପରିବାରକୁ ମନେ ପକାଇ ଦୁବାଇରୁ ଭାରତକୁ ଫେରି ଆସିଥିଲେ ବି ତାହା ସମ୍ଭବ ହୋଇପାରି ନାହିଁ, କାରଣ ସେ ଏବେ ନିଜ ପିତାମାତାଙ୍କ ସହ ଗାଜିଆବାଦରେ କ୍ୱାରେଣ୍ଟାଇନରେ ଥିବାବେଳେ ତାଙ୍କ ପରିବାର ନୂଆଦିଲ୍ଲୀରେ ଅଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଇପିଏଲ୍ ୨୦୨୦ : ସୁରେଶ ରୈନା ଆଇପିଏଲ୍ ନ ଖେଳି ଦୁବାଇରୁ ଫେରି ଆସିଲେ !