ସ୍ୱେଚ୍ଛାସେବୀ ସଂଗଠନ ‘ରେଆର୍‌’ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ !


(୦୪/୧୧) ସ୍ୱେଚ୍ଛାସେବୀ ସଂଗଠନ ‘ରେଆର୍‌’ ଆନୁକୂଲ୍ୟରେ ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲାଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏଥିରେ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନି୍‌ଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ମଲ୍ଲିକ, ‘ରେଆର୍‌’ ର କାର୍ଯ୍ୟକ୍ରମ ଅଧିକାରୀ ଲକ୍ଷ୍ମଣ କୁମାର ସା, ସ୍ଥାନୀୟ ଆଇସିଡିଏସ୍ ସୁପରଭାଇଜର ସୁଷମା ସାହୁ, ଆରସିଟି ସଂଯୋଜକ ସୂର୍ଯ୍ୟମଣୀ ପ୍ରଧାନ ଓ ଭିନ୍ନକ୍ଷମ ସଂଘର ସଭାପତି କଷ୍ଟ ଭୋଇଙ୍କ ସମେତ ଅନୁଷ୍ଠାନର ଗୁଡ଼ଭେଲା ବ୍ଲକର କର୍ମକର୍ତ୍ତା ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ପ୍ରାମମ୍ଭରେ ପ୍ରକଳ୍ପ ସହାୟକ ଅଶୋକ କୁମାର ଝାଙ୍କର ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହାପରେ ଲକ୍ଷ୍ମଣ କୁମାର ସା ଭିନ୍ନକ୍ଷମ ସମ୍ପର୍କିତ ବ୍ୟକ୍ତିଙ୍କ ଅଧିକାର ଉପରେ ଆଲୋକପାତ କରିବା ସହ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସାମାଜିକ ସ୍ରୋତରେ ସାମିଲ୍ କରିବାକୁ ହେଲେ ସାମାଜିକ ଓ ଆର୍ଥୀକ ବିକାଶ ପ୍ରତି ଧ୍ୟାନ ଦିଆଯିବା ଏକାନ୍ତ ଆବଶ୍ୟକ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ କେବଳ ସହାନୁଭୂତି ନୁହେଁ, ବରଂ ସେମାନଙ୍କ ପ୍ରତି ଆନ୍ତରିକତା ରଖିଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ । ସେମାନେ ଅକ୍ଷମ ନୁହନ୍ତି, ସେମାନେ ସକ୍ଷମ । ସେମାନେ ଭିନ୍ନକ୍ଷମ ହେଲେ ମଧ୍ୟ ସେମାନଙ୍କର ସମାନ ଅଧିକାର ରହିଛି, ତେଣୁ ସେମାନେ ରୋଜଗାରକ୍ଷମ ହୋଇ ପାରିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ହେମାଙ୍ଗିନୀ ବାଗ ଓ ଗୁଞ୍ଜନ ଭୋଇ ସହଯୋଗ କରିଥିବାବେଳେ ପ୍ରକଳ୍ପ ସହାୟକ ଦୟାନିଧି ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସ୍ୱେଚ୍ଛାସେବୀ ସଂଗଠନ ‘ରେଆର୍‌’ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ !