(୦୫/୧୦) ଯେଉଁମାନେ ଉତ୍ତରପ୍ରଦେଶର ବିକାଶ ଚାହୁଁ ନାହାନ୍ତି, ସେମାନେ ବିଭିନ୍ନ ପ୍ରକାର ସାମ୍ପ୍ରଦାୟିକ ଦଙ୍ଗା କରିବାକୁ ଚାହୁଁଛନ୍ତି ଓ ବିଜେପି ସରକାର ବିରୋଧରେ ହୋଇଥିବା ଆନ୍ତର୍ଜାତୀୟ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ବିଜେପି କର୍ମକର୍ତ୍ତାଙ୍କୁ କହିଥିଲେ । ଏହା ପରେ ଉତ୍ତରପ୍ରଦେଶ ହାଥରସ୍ର ଚନ୍ଦପା ଥାନାରେ ଅଜଣା ବ୍ୟକ୍ତିଙ୍କ ନାମରେ ଦେଶଦ୍ରୋହ ସମେତ କଠୋର ଦଣ୍ଡ ମିଳୁଥିବା ଧାରାରେ ଏଫଆଇଆର୍ ପଞ୍ଜିକରଣ ହୋଇଛି । କୌଣସି ଏକ ୱେବସାଇଟ୍ ରେ ହାଥରସ୍ ମାମଲାରେ କିପରି ପ୍ରତିବାଦ କରାଯିବ, ଦଙ୍ଗା ହେଲେ କିପରି କରାଯିବ ଓ ପୋଲିସ୍ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ହେବ ସେ ସମ୍ପର୍କରେ ଏକ ୱେବସାଇଟ୍ରେ ସୂଚନା ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି । ଏହି ୱେବସାଇଟ୍ ଟି ଏବେ ଆଉ ଦେଖା ଯାଉ ନାହିଁ ବୋଲି କୁହାଯାଇଛି । ଏଥିରେ ସେଆର୍ ହୋଇଥିବା ଅନେକ ତଥ୍ୟ ଆମେରିକାର କେତେକ ଅନଲାଇନ୍ ତଥ୍ୟ ସହ ସମାନ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଯୋଗୀ ସରକାରକୁ ବଦନାମ୍ କରି କୌଣସି ବିଦେଶୀ ଶକ୍ତି କି ଲାଭ ପାଇବ ଓ ଯୋଗୀ କଣ ଏତେ ବ୍ଡ଼ ଆନ୍ତର୍ଜାତୀୟ ସ୍ତରର ନେତା ହୋଇଗଲେଣି ଯେ, ତାଙ୍କ ବିରୋଧରେ ଏବେ ଆନ୍ତର୍ଜାତୀୟ ଷଡ଼ଯନ୍ତ୍ର ହେଲାଣି? ଯଦିଏହା ସତ, ତେବେ ସେ ବୋଧହୁଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ପଛରେ ପକାଇ ଦେଲେଣି ବୋଲି ଯିଏ ବି ହେବ । କିନ୍ତୁ ଯଦି ଏଥିରେ ସତ୍ୟତା ବାହାରିବ ନାହିଁ, ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଏହି ଘଟଣା ଫଳରେ ବହୁତ ଭୟଭୀତ ହୋଇ ଯାଇଛନ୍ତି ବୋଲି ଜନସାଧାରଣ କଣ କହିବେନି ? ଏହା ଜାଣିବା ପରେ ଲୋକେ କଟାକ୍ଷ କରି କହିଛନ୍ତି ଯେ, ଯଦି ଏହା ଆନ୍ତର୍ଜାତୀୟ ଷଡ଼ଯନ୍ତ୍ର ଥିଲା, ତେବେ ବିରୋଧୀଙ୍କ ଉପରେ ହୋଇଥିବା ଲାଠିଚାର୍ଜ ଓ ଆକ୍ରମଣ ମଧ୍ୟ କଣ ଆନ୍ତର୍ଜାତୀୟ ଷଡ଼ଯନ୍ତ୍ର ଥିଲା ନା ଏହା ଉତ୍ତରପ୍ରଦେଶ ପୋଲିସ୍ର ନିଜସ୍ୱ ଷଡ଼ଯନ୍ତ୍ର ଥିଲା ?
ପୋଲିସ୍ର ଦାବୀ: ଯୋଗୀ ସରକାରକୁ ବଦନାମ୍ କରିବାକୁ ହାଥରସ୍ ଘଟଣାରେ ଆନ୍ତର୍ଜାତୀୟ ଷଡ଼ଯନ୍ତ୍ର ହୋଇଛି !
