ମାନବାଧିକାର ଓକିଲ ପ୍ରଶାନ୍ତ ଭୂଷଣ ଦଣ୍ଡିତ ହେବା ପରେ ‘ଇଣ୍ଟରନେସନାଲ କୋର୍ଟ ଅଫ ଜଷ୍ଟିସ’ କଲା ହସ୍ତକ୍ଷେପ !


(୦୧/୯) ଦୁଇଟି ଟ୍ୱିଟ୍ ପାଇଁ ଜଣାଶୁଣା ମାନବାଧିକାର ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିବା ଓ ତାଙ୍କୁ କୋର୍ଟ ଅବମାନନା ଦଣ୍ଡ ବିଧାନ କରିବା ଯୋଗୁଁ ‘ଇଣ୍ଟରନେସନାଲ କୋର୍ଟ ଅଫ ଜଷ୍ଟିସ’ ଚିନ୍ତା ପ୍ରକଟ କରି ଭାରତର ସୁପ୍ରିମକୋର୍ଟକୁ ଏହି ଅପରାଧିକ ଆଇନର ସମୀକ୍ଷା କରିବାକୁ ପରାମର୍ଶ ଦେଇଛି । ‘ଇଣ୍ଟରନେସନାଲ କୋର୍ଟ ଅଫ ଜଷ୍ଟିସ’ ତରଫରୁ ଦିଆଯାଇଥିବା ବିବୃତି ଅନୁଯାୟୀ ସୁପ୍ରିମକୋର୍ଟ ଶ୍ରୀ ଭୂଷଣଙ୍କୁ ଯେଉଁ କାରଣ ପାଇଁ ଦଣ୍ଡ ବିଧାନ କରିଛନ୍ତି ତାହା ଆନ୍ତର୍ଜାତୀୟ ସ୍ତରର ଆଇନର ଖିଲାପ କରୁଛି, ଯେଉଁଥିରେ କି ଭାରତ ବି ଗୋଟିଏ ସହଯୋଗୀ । ଶ୍ରୀ ପ୍ରଶାନ୍ତ ଭୂଷଣ ତାଙ୍କ ଗୋଟିଏ ଟ୍ୱିଟ୍‌ରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଣେ ବିଜେପି ପାର୍ଟିର ନେତାଙ୍କ ଦାମୀ ମୋଟରସାଇକେଲରେ ବସିବା ଘଟଣାକୁ ନେଇ ଆପତ୍ତି ଉଠାଇଥିଲେ ଓ ଅନ୍ୟ ଏକ ଟ୍ୱିଟ୍‌ରେ ପୂବର୍ତନ ଚାରିଜଣ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସେ ଗଣତନ୍ତ୍ରକୁ ଧ୍ୱଂସ କରିବା ସମ୍ପର୍କରେ କିଛି ମନ୍ତବ୍ୟ ଦେଇଥିଲେ । ‘ଇଣ୍ଟରନେସନାଲ କୋର୍ଟ ଅଫ ଜଷ୍ଟିସ’ ଙ୍କ କହିବାନୁଯାୟୀ ଭାରତୀୟ ସମ୍ବିଧାନର ଧାରା-୧୯ ଅନୁଯାୟୀ ଶ୍ରୀ ଭୂଷଣଙ୍କ ବାକ୍ ସ୍ୱାଧୀନତା ରହିଛି । ଏହି କୋର୍ଟଙ୍କ କହିବାନୁଯାୟୀ ବିଚାର ବ୍ୟବସ୍ଥା, ନ୍ୟାୟ ଓ ଗଣତନ୍ତ୍ର ଉପରେ ଆଲୋଚନା ଓ ବକ୍ତବ୍ୟ ରଖିବା ତଥା କୋର୍ଟର ଧାରା ବିବରଣୀ ଜାଣିବା ବିଷୟରେ ସର୍ବସାଧାରଣଙ୍କୁ ଅଧିକାର ରହିବା ନିହାତି ଜରୁରୀ । ସର୍ବସାଧାରଣଙ୍କ ଅଧିକାର ଓ ଅନ୍ୟର ସମ୍ମାନକୁ ରକ୍ଷା କରିବା ଲାଗି ସ୍ୱୀକୃତି ମିଳିବା ଆବଶ୍ୟକ । ସୁପ୍ରିମକୋର୍ଟ ପ୍ରଚଳିତ ଅପରାଧିକ ଆଇନର ସମୀକ୍ଷା କରିବାକୁ ‘ଇଣ୍ଟରନେସନାଲ କୋର୍ଟ ଅଫ ଜଷ୍ଟିସ’ ଦେଇଥିବା ଏହି ପରାମର୍ଶ ସହ ଭାରତର ୧୮୦୦ ଓକିଲ ସହମତ ଥିବା ‘ଇଣ୍ଟରନେସନାଲ କୋର୍ଟ ଅଫ ଜଷ୍ଟିସ’ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ମାନବାଧିକାର ଓକିଲ ପ୍ରଶାନ୍ତ ଭୂଷଣ ଦଣ୍ଡିତ ହେବା ପରେ ‘ଇଣ୍ଟରନେସନାଲ କୋର୍ଟ ଅଫ ଜଷ୍ଟିସ’ କଲା ହସ୍ତକ୍ଷେପ !