(୦୭/୬) ନବରଙ୍ଗପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ସାଇକଲରେ ପୁଣି ଥରେ ଯାତ୍ରା କରିବା ଲୋକଙ୍କୁୁ ଚକିତ କରିଛି । ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟରୁ ୩୫ କି.ମି ଦୂର ଖାତିଗୁଡ଼ା ଥାନାକୁ ସେ ସାଇକେଲରେ ଗସ୍ତ କରି ଅଂଚଳର ପରିସ୍ଥିତି ସମ୍ପର୍କରେ ଥାନା ଅଧିକାରୀ ପଂଚାନନ ପରିଡ଼ାଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ମଧ୍ୟ କିଛି ଦିନ ତଳେ ସେ ୨୨ କି.ମି ଦୂର ତେନ୍ତୁଳିଖୁଣ୍ଟି ଥାନାକୁ ସାଇକେଲରେ ଅଚାନକ ଗସ୍ତ କରି ଚର୍ଚ୍ଚାରେ ଆସିଥିଲେ । ସ୍ଥାନୀୟ ଏସ୍ପିଙ୍କ ଦୁଃସାହସ, କାର୍ଯ୍ୟଶୈଳୀ ଏବଂ ଘାନଗରିମା ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ଯୁବ ଏସ୍ପିଙ୍କ ଏଭଳି ନିଆରା ପ୍ରୟାସ ସୁସ୍ଥ ସମାଜ ଗଠନ କରିବା ନେଇ ବା୍ର୍ତ୍ତା ଦେଉ ଥିବାରୁ ଜିଲ୍ଲାବାସୀ ଏସ୍ପିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ନବରଙ୍ଗପୁର ଏସ୍ପି ନିତିନ କୁସଲକର୍ଙ୍କ ସାଇକେଲରେ ଥାନା ଗସ୍ତ ।
