(୦୨/୯) ଚଳିତ ଆର୍ଥୀକ ବର୍ଷର ପ୍ରଥମ ତିନି ମାସର ତଥ୍ୟ ଅନୁଯାୟୀ ଦେଶର ଜିଡିପି -୨୩.୯ % ରେ ପହଂଚିଥିବା ବିବିସି ପକ୍ଷରୁ ପ୍ରକାଶ କରାଯାଇଛି । ମହାମାରୀ କରୋନା ଓ ଅବ୍ୟବସ୍ଥିତ ଲକଡାଉନ୍ ଘୋଷଣା ଏହି ଆର୍ଥୀକ ଦୁରାବସ୍ଥାର ପ୍ରମୁଖ କାରଣ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଯଦି ପରବର୍ତ୍ତୀ ତିନିମାସର ତଥ୍ୟ ପୁଣି ସେଇଆ ବାହାରେ ତେବେ ତାହା ଦେଶର ଅବସ୍ଥାକୁ ଆର୍ଥୀକ ମାନ୍ଦା ଅବସ୍ଥା ଆଡ଼କୁ ନେଇଯାଉଛି ବୋଲି କୁହାଯିବ । ଦେଶର ଆର୍ଥୀକ ଅବସ୍ଥା ମାନ୍ଦା ହେବାକୁ ଯାଉଛି ବୋଲି ବିଶେଷଜ୍ଞ ମାନେ ଅନୁମାନ କଲେଣି । ଗୋଟିଏ ଦେଶର ଆର୍ଥୀକ ଅବସ୍ଥା ମାନ୍ଦା ହୋଇଛି ବୋଲି ସେତେବେଳେ କୁହାଯାଏ, ଯେତେବେଳେ ସେହି ଦେଶର ଲଗାତାର ଦୁଇଟି ତ୍ରୈମାସିକ ଆର୍ଥୀକ ରିପୋର୍ଟରେ କାରବାର ହ୍ରାସ ହେଉଥିବା ସୂଚନା ମିଳିଥାଏ । ଏହିପରି ମାନ୍ଦାବସ୍ଥା ୧୯୮୦ ମସିହାରେ ମଧ୍ୟ ଦେଖା ଦେଇଥିଲା ଓ ଏହା ଚତୁର୍ଥ ଥର ପୁଣି ସେହି ଅବସ୍ଥା ଦେଖାଦେଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଗତ ରବିବାର ଦିନ ଦେଶରେ ୭୮,୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା କି ଗୋଟିଏ ଦିନରେ ଏତେ ସଂଖ୍ୟାରେ ଚିହ୍ନଟ ହେବା ଘଟଣା ବିଶ୍ୱ ରେକର୍ଡ଼ ।
ଦେଶର ଆର୍ଥୀକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ, ଜିଡିପି -୨୩.୯% କୁ ହ୍ରାସ ପାଇଲା !
