କରୋନା ମହାମାରୀ ପାଇଁ ଦେଶର ୭୪ ତମ ସ୍ୱାଧିନତା ଦିବସ ଏଥର ଫିକା ରହିଲା !


(୧୫/୮) ଦେଶର ୭୪ତମ ସ୍ୱାଧିନତା ଦିବସ ସମାରୋହ ଏଥର ଫିକା ପଡ଼ିଥିବା ସମସ୍ତେ ଅନୁଭବ କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କରି ଓଡ଼ିଶା ରାଜ୍ୟ ପୋଲିସ୍‌, ଓଡ୍ରାଫ୍‌, ଏସ୍ ଏସ୍ ବାଟାଲିୟନଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟ ବର୍ଷମାନଙ୍କରେ ସ୍ୱାଧିନତା ଦିବସରେ ବିଭିନ୍ନ ଜାଗାରେ ପତାକା ଉତ୍ତୋଳନ ସମୟରେ ଯେପରି ଜନଗହଳି ହୁଏ, ଏଥର ତାହା ଦେଖିବାକୁ ମିଳି ନାହିଁ । ସମସ୍ତ ଉତ୍ସବରେ ଯେପରି ସାମାଜିକ ଦୂରତାର କଥା କୁହାଯାଉଛି, ଦିଲ୍ଲୀର ଲାଲକିଲାଠାରେ ଅନୁଷ୍ଠିତ ହୋଇଥିବା ସମାରୋହରେ ମଧ୍ୟ ତାହା ଦେଖିବାକୁ ମିଳିଥିଲା । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଉତ୍ତୋଳନ କରିଥିଲେ ବି ଅନେକ ବରିଷ୍ଠ ନେତା ଓ ସରକାରୀ ଅଧିକାରୀଙ୍କୁ ସମରୋହରେ ଦେଖିବାକୁ ମିଳି ନଥିଲା । ପୁଣି କରୋନା ମହାମାରୀ ଯୋଗୁଁ ଥିବା କଟକଣା ଲାଗି ଅନେକେ ସାମୁହିକ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଭାଗ ନେଇ ନାହାନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜ ଘରେ ପତାକା ଉତ୍ତୋଳନ କରିଥିବାବେଳେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ମଧ୍ୟ ନିଜ ବାସଭବନରେ ପତାକା ଉତ୍ତୋଳନ କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ଦଳର ବରିଷ୍ଠ ନେତା ଏକେ ଆଣ୍ଟୋନି ପତାକା ଉତ୍ତୋଳନ କରିଥିବାବେଳେ ସେଠାରେ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଅହମ୍ମଦ ପଟେଲ ଓ କେସି ବେଣୁଗୋପାଳ ଉପସ୍ଥିତ ଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କରୋନା ମହାମାରୀ ପାଇଁ ଦେଶର ୭୪ ତମ ସ୍ୱାଧିନତା ଦିବସ ଏଥର ଫିକା ରହିଲା !