‘ଇଣ୍ଡିଏନ୍ ମେଡିକାଲ୍ ଏସୋସିଏସନ୍‌’ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନିନ୍ଦା କରି ୩୮୨ ଜଣ ମୃତ ଡାକ୍ତରଙ୍କ ଏକ ତାଲିକା ଦେଲା ।


(୧୮/୯) ଏକ ପ୍ରଶ୍ନର ଉତ୍ତରରେ ସଂସଦରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ବିବୃତ୍ତିରେ କ୍ଷୋଭ ପ୍ରକାଶ କରି ‘ଇଣ୍ଡିଏନ୍ ମେଡିକାଲ୍ ଏସୋସିଏସନ୍‌’ କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବା ୩୮୨ ଜଣ ଡାକ୍ତରଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ଦେଇଛି । ସଂସଦରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଥିଲେ ଯେ, ‘ଲକ୍ ଡାଉନ୍‌’ ଯୋଗୁଁ ଦେଶର ୨୯ ଲକ୍ଷ କରୋନା ମାମଲାକୁ ରୋକା ଯାଇ ପାରିଲା ଓ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଉଛନ୍ତି । ‘ଇଣ୍ଡିଏନ୍ ମେଡିକାଲ୍ ଏସୋସିଏସନ୍‌’ ର କହିବାନୁଯାୟୀ ସ୍ୱାସ୍ଥ୍ୟସେବାର ଅବଦାନକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତିରେ କେତେଜଣ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ହେଲେ ଓ ମୃତ୍ୟୁ ବରଣ କଲେ ତାହା ଲୁଚାଇ ଦିଆଗଲା । ‘ଇଣ୍ଡିଏନ୍ ମେଡିକାଲ୍ ଏସୋସିଏସନ୍‌’ ର କହିବାନୁଯାୟୀ ପୃଥିବୀର କୌଣସି ଦେଶରେ ବି ଭାରତ ଏତିକି ଡାକ୍ତର ଓ ନର୍ସଙ୍କ ମୃତ୍ୟୁ ହୋଇ ନାହିଁ । ଡାକ୍ତରମାନେ ସାଧାରଣ ଲୋକଙ୍କଠୁ ଚାରି ଗୁଣ ଅଧିକ ଆକ୍ରାନ୍ତ ହେଉଥିବାବେଳେ ଘରୋଇ ଭାବେ ଚିକିତ୍ସା କରୁଥିବା ଡାକ୍ତର ଆଠ ଗୁଣ ଆକ୍ରାନ୍ତ ହେଉଛି । ‘ଇଣ୍ଡିଏନ୍ ମେଡିକାଲ୍ ଏସୋସିଏସନ୍‌’ ର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ କହିବାନୁଯାୟୀ, ଦେଶରେ ୨୨୩୮ ଜଣ ଡାକ୍ତର କରୋନାଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କୁ ଭିତରୁ ୩୮୨ ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ‘ଇଣ୍ଡିଏନ୍ ମେଡିକାଲ୍ ଏସୋସିଏସନ୍‌’ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନିନ୍ଦା କରି ୩୮୨ ଜଣ ମୃତ ଡାକ୍ତରଙ୍କ ଏକ ତାଲିକା ଦେଲା ।