ମିଥ୍ୟା ମାମଲାରେ ଭାରତରେ ୭ ମାସ ଜେଲରେ ଥିବା ଆମେରିକାର ପାଷ୍ଟର ଘରକୁ ଫେରିବେ

ମନାଗଢ଼ା ଅଭିଯୋଗ ଭିତ୍ତିରେ ପାଷ୍ଟର ବ୍ରାଏନ ନେରେନଙ୍କୁ ଭାରତରୁ ନ ଯିବାକୁ ସମସ୍ତ ଯାତ୍ରା କଟକଣାକୁ କୋର୍ଟ ଉଠାଇ ଦେବା ପରେ ସେ ନିଜ ଦେଶକୁ ଫେରିବା ପାଇଁ ମୁକ୍ତ ବୋଲି ଆମେରିକାର ଆଇନ ଓ ନ୍ୟାୟ ପରିଚାଳନା କେନ୍ଦ୍ର ସୂତ୍ରରୁ ପ୍ରକାଶ । ଦୀର୍ଘ ୧୭ ବର୍ଷ କାଳ ନେପାଳ ଓ ଭାରତରେ ସଣ୍ଡେସ୍କୁଲ ଶିକ୍ଷକମାନଙ୍କ ନିମନ୍ତେ କାର୍ଯ୍ୟ କରିଥିବା ପାଷ୍ଟର ନେରେନ ଭାରତକୁ ଏକ ସଭାକାର୍ଯ୍ୟ ପାଇଁ ଯିବା ସମୟରେ ଗତ ବର୍ଷ ଅକ୍ଟୋବର ୧୯ ତାରିଖରେ ଗିରଫ କରା ଯାଇଥିଲା । ତାଙ୍କ ସଙ୍ଗରେ ଆଉ ଦୁଇ ଜଣ ପାଷ୍ଟରଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସିଲିଗୁଡ଼ି ପାଖରେ ଥିବା ବାଗଡେଗରାଠାରେ ସେ ଓହ୍ଲାଇବା ପରେ ଭାରତୀୟ ବୈଦେଶୀକ ଅଦଳବଦଳ ପରିଚାଳନା ଆଇନର ଉଲଂଘନ ଅଭିଯୋଗ କରି ତାଙ୍କୁ ଗିରଫ କରାଯାଇଥିଲା । ଭୁଲ ବୁଝାମଣା ଯୋଗୁଁ ହୋଇଥିବା ପାଷ୍ଟର ନେରେନଙ୍କ ଗିରଫଦାରୀକୁ କିଛି ଘଣ୍ଟା ମଧ୍ୟରେ ଏଡ଼ା ଯାଇ ପାରିଥାନ୍ତା, ହେଲେ ଏହା ପାଖାପାଖି ଏକ ବର୍ଷ ସମୟ ଲାଗିଗଲା ବୋଲି ଆମେରିକାର ଆଇନ ଓ ନ୍ୟାୟ ପରିଚାଳନା କେନ୍ଦ ପ୍ରକାଶ କରିଛି । ପାଷ୍ଟର ନରେନ୍‌ଙ୍କ ସ୍ତ୍ରୀ ରୋଣ୍ଡା ତାଙ୍କ ସ୍ୱାମୀଙ୍କ ପାଇଁ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏବେ ତାଙ୍କ ସ୍ୱାମୀଙ୍କୁ କୋର୍ଟ ନିର୍ଦ୍ଦୋଶରେ ଖଲାସ୍ କରିଥିବାରୁ ତାଙ୍କ ସ୍ତ୍ରୀ ଏହି ମଙ୍ଗଳଦାନ ସକାଶେ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ମିଥ୍ୟା ମାମଲାରେ ଭାରତରେ ୭ ମାସ ଜେଲରେ ଥିବା ଆମେରିକାର ପାଷ୍ଟର ଘରକୁ ଫେରିବେ