(୧୦/୯) ଅମ୍ବାଲାଠାରେ ଥିବା ଏଆର ଫୋର୍ସ ଷ୍ଟେସନ୍ରେ ଆଜି ରାଫେଲ ଯୁଦ୍ଧ ବିମାନକୁ ଔପଚାରିକ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ ବୋଲି ଜଣାପଡ଼ିଛି । ଏହି ବିମାନଟି ୧୭ ସ୍କ୍ାଡ୍ରନ ଅର୍ଥାତ ଗୋଲଡେନ ଏରୋଜ୍ର ଅଂଶ ବିଶେଷ ହେବ । ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୨୭ ତାରିଖ ଦିନ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ପ୍ରଥମ ପର୍ଯ୍ୟାୟରେ ପାଂଚୋଟି ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଆସିଥିଲା ।
ରାଫେଲ ଯୁଦ୍ଧ ବିମାନ ଆଜି ବାୟୁସେନାରେ ଔପଚାରିକ ଭାବେ ସାମିଲ ହେବ !
