(୦୨/୯) ଜଣାଶୁଣା ପବ୍ଜି ଗେମ୍ ସମେତ ଦେଶରେ ଆହୁରି ୧୧୮ ଟି ଚାଇନାର ମୋବାଇଲ ଆପକୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି । ଏହି ଆପଗୁଡ଼ିକୁ ଇଲେକ୍ଟ୍ରନିକ୍ସ ଓ ସୂଚନା ପଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତରଫରୁ ନିଷିଦ୍ଧ କରାଯାଇଥିବା ଜଣାପଡ଼ିଛି । ଏସବୁ ଆପଗୁଡ଼ିକଦ୍ୱାରା ଦେଶର ସୁରକ୍ଷା, ସାର୍ବଭୌମତା ଓ ଜନସାଧାରଣଙ୍କ ଶୃଙ୍ଖଳା ପ୍ରତି ବିପଦ ଥିବାରୁ ନିଷିଦ୍ଧ କରାଯାଇଥିବା ଦର୍ଶାଯାଇଛି । ଏହି ପଦକ୍ଷେପଦ୍ୱାରା ଭାରତର କୋଟିକୋଟି ମୋବାଇଲ ଓ ଇଣ୍ଟରନେଟ ଗ୍ରାହକ ସୁରକ୍ଷିତ ରହିବେ ତଥା ଭାରତର ସାଇବର ସ୍ପେସ୍ ମଧ୍ୟ ସୁରକ୍ଷିତ ରହିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମନ୍ତ୍ରଣାଳୟର ବିବୃତିରେ ଆହୁରି କୁହାଯାଇଛି ଯେ, ଏହି ମୋବାଇଲ ଆପ ବ୍ୟବହାର ମୋବାଇଲରୁ ତଥ୍ୟ ବାହାର ଦେଶକୁ ମଧ୍ୟ ଚାଲି ଯାଉଥିବା ଅନେକ ଅଭିଯୋଗମାନ ଆସୁଥିଲା । ଚାଇନାର ମୋବାଇଲ ଆପକୁ ଭାରତରେ ନିଷିଦ୍ଧ କରିବା ଏହା ତୃତୀୟ ଘଟଣା ଅଟେ । ପ୍ରଥମେ ଜୁନ ୨୯ ରେ ୫୯ ଟି ମୋବାଇଲ ଆପକୁ ଭାରତରେ ବ୍ୟବହାର କରିବାକୁ ନିଷିଦ୍ଧ କରାଯାଇଥିଲା, ତାପରେ ଜୁଲାଇ ମାସରେ ୪୭ ଟି ମୋବାଇଲ ଆପକୁ ନିଷିଦ୍ଧ କରାଯାଇଥିଲା । ଆଜି ନିଷିଦ୍ଧ ଆପଗୁଡ଼ିକ ମଧ୍ୟରେ ପବଜି ସମେତ ବୈଦୁ, ଆଲିପେ ଓ ୱିଚାଟ୍ ୱର୍କ ଅନ୍ତର୍ଭୁକ୍ତ ।
ପବ୍ଜି ସମେତ ଦେଶରେ ଆହୁରି ୧୧୮ ଟି ଚାଇନାର ମୋବାଇଲ ଆପ ନିଷିଦ୍ଧ ହେଲା
