କଣ୍ଟାବାଞ୍ଜି ସହରରେ ଥିବା ଡାକ୍ତରଖାନାକୁ ରୋଗୀ ଚିକିତ୍ସା ପାଇଁ ଆସି ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଖରାଦିନରେ ରୋଗୀ ଡାକ୍ତରଖାନାକୁ ଆସିବା ପରେ ଯଦି ସେମାନଙ୍କୁ କୌଣସି ସାଲାଇନ୍ ନେବାକୁ ପଡ଼ୁଛି, ତେବେ ଡାକ୍ତରଖାନା ଭିତରେ ଥିବା ଗରମ ଚଟାଣ ଉପରେ ସେମାନଙ୍କୁ ଶୋଇବାକୁ ପଡ଼ୁଥିବାବେଳେ ସେଠାରେ ଥିବା ପଙ୍ଖାଗୁଡ଼ିକ ଅଚଳ ହୋଇ ପଡ଼ି ଥିବାରୁ ଲୋକେ ନିଜ ଘରୁ ପଙ୍ଖା ଆଣି ଡାକ୍ତରଖାନାରେ ବ୍ୟବହାର କରୁଛନ୍ତି । ତେଣୁ ଏଥିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଲୋକେ ଦାବୀ କରିଛନ୍ତି ।(ରିପୋର୍ଟ: ଏସ୍ କେ ସମିମ୍)
କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରେ ରୋଗୀ ହନ୍ତସନ୍ତ
