(୨୫/୯) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର କୁର୍ମା କୋଟ ଛକ ଠାରେ ନୂତନ ଯାତ୍ରୀ ବିଶ୍ରାମଗାର ଉଦଘାଟନ ହେଇଯାଇଛି।ଏଥିରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ସୁଶ୍ରୀ ଅକ୍ଷମିତା କାର୍ତ୍ତିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।ଦୀର୍ଘ ଦିନ ହେଲା କୁର୍ମାକୋଟ ଛକ ଠାରେ ଯାତ୍ରୀ ବିଶ୍ରାମ ଗାର ନଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।ବିଶେଷ କରି ମହିଳା ମାନେ ବିଶ୍ରାମ ଗାର ନଥିବାରୁ ଦୋକାନ ପାଖରେ ଅପେକ୍ଷା କରି ଅପମାନିତ ହେଉଥିଲେ।ଏହା ଦୀର୍ଘ ଦିନର ସ୍ୱପ୍ନ ଥିଲା ଓ ଏହି ବିଶ୍ରାମ ଗାର ହେବା ଫଳରେ ଏହି ଅଞ୍ଚଳ ର ଯାତ୍ରୀ ମାନଙ୍କ ବିଶେଷ ସୁବିଧା ହେଇ ପାରିବ ବୋଲି ଅଞ୍ଚଳ ବାସୀ ମତ ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଙ୍କ ସମେତ ଜେଇ ଅରବିନ୍ଦ ବେହେରା,ପୂଜାରୀ ଗୁଡା ସରପଞ୍ଚ କୁମର ପୂଜାରୀ,ବାରେଙ୍ଗାପଦର ସରପଞ୍ଚ ବିଜୟ ଝଡ଼ିଆ,ସମାଜ ସେବୀ ଭୀମ ପାଣିଗ୍ରାହୀ, ସୁବାସ କର୍କରା ପ୍ରମୁଖ ଉପସ୍ଥିତ ଥିଲେ।(ରିପୋର୍ଟ-ବାବୁଲି ଗଣ୍ଡ)
ନବରଙ୍ଗପୁରରେ ନୂତନ ଯାତ୍ରୀ ବିଶ୍ରାମଗାର ଉଦଘାଟନ।
