‘ସମ୍ବିଧାନ ସଚେତନତା ଅଭିଯାନ’ ପକ୍ଷରୁ ନବରଙ୍ଗପୁରରେ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ।


(୧୪/୧୦) ସମ୍ବିଧାନର ସୁରକ୍ଷା ନିମନ୍ତେ ଜାଗରଣ ସୃଷ୍ଟି କରିବା ଲକ୍ଷରେ ‘ସମ୍ବିଧାନ ସଚେତନତା ଅଭିଯାନ’ ସଂଗଠନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ଉମରକୋଟଠାରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ କରୋନା ସମ୍ବନ୍ଧିତ ଥିବା ନିୟମ ପାଳନ କରି କରାଯାଉଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଂଚଳରୁ ଲୋକେ ଯୋଗଦାନ କରିଛନ୍ତି । ‘ସମ୍ବିଧାନ ସଚେତନତା ଅଭିଯାନ’ ପକ୍ଷରୁ ଧିମନ ହିମାଂଶୁ ବିଭାର ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବାବେଳେ ବଲାଙ୍ଗୀର ଜିଲ୍ଲାରୁ ଅଧ୍ୟାପକ ଜିତେନ୍ଦ୍ର ସୁନା, ପ୍ରଫୁଲ୍ଲ ଭୋଇ, ଜ୍ୟୋତିର୍ମୟ ଭରତଙ୍କ ସମେତ ନବରଙ୍ଗପୁରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିବା ଜାଣିବାକୁ ମିଳିଛି । ଏହି ସଚେତନତା କାର୍ଯ୍ୟକ୍ରମ ଆଜିଠାରୁ ନଭେମ୍ବର ମାସର ୨୬ ତାରିଖ ଯାଏଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ‘ସମ୍ବିଧାନ ସଚେତନତା ଅଭିଯାନ’ ପକ୍ଷରୁ ନବରଙ୍ଗପୁରରେ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ।