(୦୫/୭) ଗତକାଲି ଗୋପାଳପୁରରେ ଥିବା ହୋଟେଲ ମେଫେଆର୍ରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ବିବାହ ଶୋଭାଯାତ୍ରାକୁ ନେଇ ଥିବା କୋବିଦ ଆଇନକୁ ଉଲଙ୍ଘନ କରି ଏହି ଶୋଭାଯାତ୍ରା ହୋଇଥିବାରୁ ବର ଓ ତାଙ୍କ ପିତାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଗୋପାଳପୁର ଥାନାରେ କେଶ ନଂ୯୫/୨୦୨୦ ରେ ଆଇପିସିର ଧାରା ୧୮୮/୨୬୯/୨୭୦ ଓ ୩୪ ଅନୁଯାୟୀ ସେମାନଙ୍କୁ ଗିରଫ କରାଯିବା ସହ ୨ ଟି ଗାଡ଼ି ମଧ୍ୟ ଜବତ କରାଯାଇ ତଦନ୍ତ ଜାରି ରହିଛି ।
କୋବିଦ୍ ଆଇନ ଉଲଙ୍ଘନ କରି ବର ଓ ପିତା ଗିରଫ
