ଆମେରିକାରେ ରାଷ୍ଟ୍ରପତିଙ୍କୁ ଚୁପ ରହିବାକୁ କହିଲେ ପୋଲିସ୍ ମୁଖ୍ୟ । କିନ୍ତୁ ଭାରତରେ ଏହା ସମ୍ଭବ ?

(୦୩/୬) ଆମେରିକାରେ ଗତ ଦୁଇ ଦିନ ତଳେ ଏକ କୃଷ୍ଣକାୟ ବ୍ୟକ୍ତିଙ୍କୁ ନକଲି ଡଲାର ଚାଲାଣ ଯୋଗୁଁ ରାଜରାସ୍ତାରେ ପୋଲିସ ତା ବେକକୁ ଦବାଇ ମାରି ଦେବା ଘଟଣାକୁୁ ନେଇ ଲୋକେ ହିଂସ୍ରକ ହୋଇ ଉଠିଥିଲେ । ଦେଶର ଚାରିଆଡ଼େ ବିରୋଧ ପ୍ରଦର୍ଶନ ସାଙ୍ଗକୁ ଜଳାପୋଡ଼ା ମଧ୍ୟ ହୋଇଥିଲା । ଘଟଣାର ବିରୋଧରେ ଲୋକେ ହ୍ୱାଇଟ୍ ହାଉସ୍‌କୁ ମଧ୍ୟ ମାଡ଼ି ଯାଇଥିଲେ । ଲୋକଙ୍କ ବିରୋଧକୁୁ ଦେଖି ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀମାନେ ବାଧ୍ୟ ହୋଇ ତାଙ୍କୁ ହ୍ୱାଇଟ ହାଉସ ଭିତରେ ଥିବା ବଙ୍କର ଭିତରକୁ ନେଇ ଲୁଚାଇ ଦେଇଥିଲେ । ଘଟଣା ଏପରି ହେଲା ଯେ ହଷ୍ଟନର ପୋଲିସ୍ ମୁଖ୍ୟଙ୍କୁ କହିବାକୁ ପଡ଼ିଲା, ଦେଶର ରାଷ୍ଟ୍ରପତିଙ୍କ ପାଖରେ ଯଦି କିଛି ଗଠନମୂଳକ କଥା ନାହିଁ, ତେବେ ଚୁପ ରହିବା କଥା । ଏପରିକି ଦେଶର ପୋଲିସ କର୍ମୀମାନେ ଦେଶରେ ରହୁଥିବା କୃଷ୍ଣକାୟ ଲୋକମାନଙ୍କ ସାମ୍ନାରେ ନିଜର ଗୋଟିଏ ଲେଖାଏଁ ଆଣ୍ଠୁ ପାତି ସେମାନଙ୍କୁ ଉକ୍ତ ହତ୍ୟା ଘଟଣା ପାଇଁ କ୍ଷମା ମାଗିଥିଲେ । କିନ୍ତୁ ଭାରତରେ କଣ ଏପରି ଘଟଣା କେବେ ଦେଖିବାକୁ ମିଳିପାରେ କି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ବର୍ତ୍ତମାନ ଭାରତରେ ଏକ ନକଲି ଗଣତନ୍ତ୍ର ନାହିଁ ତ ବୋଲି ମଧ୍ୟ ପ୍ରଶ୍ନ କଲେଣି । ଏଠି ଯିଏ ଶାନ୍ତିରେ ପ୍ରଦର୍ଶନ କରୁଛି ତାକୁୁ ଜେଲରେ ପୂରାଇ ଦିଆଯାଉଥିବାବେଳେ ଯିଏ ଦଙ୍ଗା କରିବାକୁ ଲୋକଙ୍କୁ ଉସକାଉଛିି ତାକୁ ଜେଡ୍‌ ପ୍ଲସ୍ ସୁରକ୍ଷା ଦିଆଯାଉଛି । ଦଳିତ, ମହିଳାଙ୍କ ଉପରେ ଏଠି ପୋଲିସ୍ ଯେପରି ଅତ୍ୟାଚାର କରୁଛି, ସେପରି ପୋଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁ ନାହିଁ । ଆମେରିକାର ଏହି ଘଟଣାରୁ ଦେଶର ପୋଲିସ୍ ଓ ସରକାର ମଧ୍ୟ କିଛି ଶିଖିବା ଦରକାର ବୋଲି ଲୋକେ କହିବା ଆରମ୍ଭ କଲେଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆମେରିକାରେ ରାଷ୍ଟ୍ରପତିଙ୍କୁ ଚୁପ ରହିବାକୁ କହିଲେ ପୋଲିସ୍ ମୁଖ୍ୟ । କିନ୍ତୁ ଭାରତରେ ଏହା ସମ୍ଭବ ?