ଉତ୍ତରପ୍ରଦେଶର ଗୋରଖପୁରରେ ଶିକ୍ଷୟତ୍ରୀ ମା’-ଝିଅଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା, ମା’ ମୃତ ଓ ଝିଅ ଗୁରୁତର !


(୨୨/୯) ଗତ କାଲି ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାର ସାହାପୁର ଥାନା ଅଂଚଳରେ ଏକ ଖ୍ରୀଷ୍ଟିୟାନ ପରିବାରର ମହିଳା ଓ ତାଙ୍କ ଝିଅଙ୍କୁ ଦୁର୍ବୃତ୍ତମାନେ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରିଥିବା ଖବର ହସ୍ତଗତ ହୋଇଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅ ଜଣକୁ ଗମ୍ଭୀର ଭାବେ ଆହତ ହୋଇଥିବା ‘ୟୁନାଇଟେଡ୍ ନ୍ୟୁଜ୍ ଏଜେନ୍ସି’ ସୂତ୍ରରୁ ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଯେ, ବଶାରତପୁରରେ ରହୁଥିବା ୪୦ ବର୍ଷ ବୟସ୍କ ନିବେଦିତା ନାମକ ମହିଳା ଆପଣା ୧୭ ବର୍ଷ ବୟସ୍କ ଝିଅ ସହ ସ୍କୁଟିରେ ନିଜ ଶ୍ୱଶୁର ଘରକୁ ଯାଉଥିବାବେଳେ ଦୁର୍ବୃତ୍ତମାନେ ଘରୁ ମାତ୍ର କିଛି ଦୂରରେ ସେମାନଙ୍କୁ ହତ୍ୟା କରିଛନ୍ତି । ଦୁର୍ବୃତ୍ତମାନେ ସେମାନଙ୍କୁ ଘେରାଓ କରି ମହିଳାଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିବାବେଳେ ତାଙ୍କ ଝିଅର ଛାତିରେ ଗୁଳି ବାଜି ଥିବାରୁ ସେ ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି । ଏଠାରେ ସୂଚନାଯୋଗ୍ୟ ଯେ, ମହିଳା ଜଣକ କୁଶୀନଗର ଜିଲ୍ଲାର ଓହିରୌଲୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ପୋଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଉତ୍ତରପ୍ରଦେଶର ଗୋରଖପୁରରେ ଶିକ୍ଷୟତ୍ରୀ ମା’-ଝିଅଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା, ମା’ ମୃତ ଓ ଝିଅ ଗୁରୁତର !