ଅପହର୍ତ୍ତା ସହ ସ୍ତ୍ରୀ ଭାବେ ରହିବାକୁ ୧୪ ବର୍ଷର ନାବାଳିକାକୁ ଲାହୋର ହାଇକୋର୍ଟ ଦେଲା ଆଦେଶ


(୨୦/୮) ପାକିସ୍ତାନସ୍ଥିତ ଲାହୋର ହାଇକୋର୍ଟ ସେଠିକାର ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ୧୪ ବର୍ଷର ଏକ ନାବାଳିକାକୁ ବଳପୂର୍ବକ ଅପହରଣ କରି ନେଇଥିବା ବ୍ୟକ୍ତି ସହିତ ବିବାହିତ ସ୍ତ୍ରୀ ଭାବେ ରହିବାକୁ ଏକ ଆଦେଶ ଜାରି କରିଛି । ସୂଚନାରୁ ପ୍ରକାଶ ଯେ, ୧୪ ବର୍ଷ ବୟସ୍କ ମାରିଆ ସହବାଜ୍ ନାମକ ଏକ ଖ୍ରୀଷ୍ଟିୟାନ ନାବାଳିକା ନିଜ କାମରେ ଯିବାବେଳେ ଫଇସଲାବାଦର ମହମ୍ମଦ ନାକାଶ ଓ ତା ସାଙ୍ଗମାନେ ଗତ ଏପ୍ରିଲ ୨୦୨୦ ରେ ତାକୁ ଅପହରଣ କରି ନେଇଥିଲେ । ଫଇସଲାବାଦର ଏକ ଜିଲ୍ଲା କୋର୍ଟ ମାରିଆ ସପକ୍ଷରେ ରାୟ ଦେଇ ତାକୁ ଏକ ମହିଳା ଆଶ୍ରୟସ୍ଥଳୀରେ ରହିବାକୁ ଆଦେଶ ଦେଇଥିବାବେଳେ ବର୍ତ୍ତମାନ ଲାହୋର ହାଇକୋର୍ଟ ସେହି ରାୟକୁ ରଦ୍ଦ କରି ଅପହର୍ତ୍ତା ସପକ୍ଷରେ ରାୟ ଦେଇଛି । ନାବାଳିକା ଜଣକ ତୁରନ୍ତ ନିଜ ସ୍ୱାମୀ ମହମ୍ମଦ ନାକାଶ ପାଖକୁ ଫେରି ଯିବାକୁ ହାଇକୋର୍ଟ ଆଦେଶ ଦେଇଛି । କୋର୍ଟ କହିଛି ଯେ, ମାରିଆ ସ୍ୱେଚ୍ଛାକୃତ ଭାବେ ମୁସଲିମ୍ ଧର୍ମ ଗ୍ରହଣ କରି ଅପହର୍ତ୍ତାକୁ ବାହା ହୋଇଛି ସେଥିପାଇଁ ଏକ ଉତ୍ତମ ସ୍ତ୍ରୀ ଭାବେ ସେ ରହିବା କଥା । ମାରିଆକୁ ଅପହରଣ କରିବା ସମୟରେ ତଥା ତାକୁ ବଳପୂର୍ବକ ବାହା ହେବା ସମୟରେ ସେ ନାବାଳିକା ଥିବା ପ୍ରମାଣପତ୍ର ଦେଇଥିଲେ ବି ହାଇକୋର୍ଟ ସେସବୁକୁ ଅଗ୍ରାହ୍ୟ କରି ଦେଇଛି । ଯେତେବେଳେ ହାଇକୋର୍ଟର ବିଚାରପତି ଅପହର୍ତ୍ତାର ସପକ୍ଷରେ ଏହି ରାୟ ଶୁଣାଇଲେ ସେତେବେଳେ ମାରିଆ ଆଖିରେ ଛଳଛଳ ଲୁହ ବାହାରି ଯାଇଥିଲା ବୋଲି ‘ୱିନ୍‌’ ରେ ପ୍ରକାଶ ପାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଅପହର୍ତ୍ତା ସହ ସ୍ତ୍ରୀ ଭାବେ ରହିବାକୁ ୧୪ ବର୍ଷର ନାବାଳିକାକୁ ଲାହୋର ହାଇକୋର୍ଟ ଦେଲା ଆଦେଶ