(୨୮/୭) କଣ୍ଟାବାଞ୍ଜି ସହରରେ ଦିନକୁ ଦିନ କିଡନୀ ରୋଗୀ , ମଧୁମେହ ରୋଗୀ ଓ ଏସିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଏହି ରୋଗର ଶୀକାର ଯୁବାଯୁବତୀ ମଧ୍ୟ ହେଉଥିବାରୁ ତାହା ଏକ ଚିନ୍ତାର ବିଷୟ ଅଟେ । ସୁଚନା ଅନୁସାରେ କଣ୍ଟାବାଞ୍ଜି ସହର ଜନସଂଖ୍ୟା ୨୫୦୦୦ ରୂ ଉର୍ଦ୍ଧ୍ୱ ହୋଇଥିବାବେଳେ ଏହି ସହରର ଲୋକେ ଅନେକ ବର୍ଷ ହେବ ବିଶୁଦ୍ଧ ପାନୀୟ ଜଳ ପିଇବା କୁ ନ ପାଇ ଶତାଧିକ ସଂଖ୍ୟାରେ ଲୋକେ ଏହି ରୋଗମାନଙ୍କରେ ପୀଡ଼ିତ ହେଉଥିବା ଅଭିଯୋଗ ହୋଇ ଆସୁଛି । ଏହାର ସମାଧାନ ପାଇଁ କଣ୍ଟାବାଞ୍ଜି ସହର ପାଖରେ ଥିବା ନଦୀମାନଙ୍କରୁ ମଧ୍ୟ ସରକାର ପ୍ରଚେଷ୍ଟା କଲେ ବିଶୁଦ୍ଧ ପାଣି ଯୋଗାଇ ଦେଇ ପାରନ୍ତେ। ଯଦି ସୋନପୁର ମହାନଦୀ ଜଲ ବଲାଙ୍ଗୀର ଶହର କୁ ଆସିପାରୁଛି ତାହା ହେଲେ କଣ୍ଟାବାଞ୍ଜି ଅଞ୍ଚଳ ଆଖପାଖରେ ରେ ଥିବା ନଦୀ ର ବିଶୁଦ୍ଧ ପାନୀୟ ଜଳ କାହିଁକି ଆସି ପାରିବ ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
(ରିପୋର୍ଟ – ଏସ କେ ସମିମ୍)
କଣ୍ଟାବାଞ୍ଜି ସହରରେ ଲୋକେ କିଡନୀ ଓ ମଧୁମେହ ରୋଗର ଶୀକାର !
