ଚୀନର ସମଗ୍ର କାଶଗର ସହରରେ ମାଗଣାରେ କରୋନା ପରୀକ୍ଷା ହେଉଥିବା ମିଳିଲା ସୂଚନା !


(୨୬/୧୦) ଝିନଜିଆଙ୍ଗ ପ୍ରଦେଶର ସମଗ୍ର ସହରରେ ବ୍ୟାପକ ଭାବେ କରୋନା ପରୀକ୍ଷଣ କରିବାକୁ ଚୀନ ସରକାର ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଏହି ପ୍ରଦେଶରେ ଥିବା କାଶଗର ସହରର ୪୭ ଲକ୍ଷ ଲୋକଙ୍କ ମାଗଣାରେ କରୋନା ପରୀକ୍ଷା କରାଯାଉଛି ଓ ତନ୍ମଧ୍ୟରୁ ୧୩୮ ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି । ଏହି ସହରର ଏକ କପଡ଼ା ଫେକ୍ଟେରୀରେ କାମ କରୁଥିବା ଜଣେ ମହିଳା କରୋନା ପୋଜିଟିଭ ଚିହ୍ନଟ ହେବା ପରେ ଏଠାରେ ବ୍ୟାପକ ଭାବେ ସରକାର କରୋନା ପରୀକ୍ଷା ହାତକୁ ନେଇଥିବା ଜଣାପଡ଼ିଛି । ଏହି କାଶଗର ସହରରେ ଥିବା ସମସ୍ତ ସ୍କୁଲ ବନ୍ଦ ଥିବାବେଳେ ସହରର କୌଣସି ବ୍ୟକ୍ତିଙ୍କୁ ବାହାରକୁ ଯିବାକୁ ବାରଣ କରାଯାଇଛି । ଯେପର୍ଯ୍ୟନ୍ତ ତାଙ୍କର ନେଗେଟିଭ୍ ରିପୋର୍ଟ ନ ଆସିଛି, ସେପର୍ଯ୍ୟନ୍ତ ଏ ସହରରୁ କେହି ବାହାରକୁ ଯାଇ ପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ଚୀନରେ କେବଳ ୮୫,୮୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେ ଭିତରୁ ୪.୬୩୪ ଜଣ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଚୀନର ସମଗ୍ର କାଶଗର ସହରରେ ମାଗଣାରେ  କରୋନା ପରୀକ୍ଷା ହେଉଥିବା ମିଳିଲା ସୂଚନା !