(୦୪/୮) କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ଉଷା ପାଢ଼ୀ ବାହାର ଦେଶରୁ ଭାରତକୁ ଆସି ଯେଉଁମାନେ ଇନ୍ଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରହିବାକୁ ଚାହୁଁ ନଥିବେ, ସେମାନଙ୍କ ନିମନ୍ତେ ଏକ ବିଶେଷ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିମାନରେ ଚଢ଼ିବାର ୯୬ ଘଣ୍ଟା ଭିତରେ ସେମାନଙ୍କ କରୋନା ପରୀକ୍ଷା ନିମନ୍ତେ ନମୁନା ନିଆ ଯାଇଥିବା ଆବଶ୍ୟକ । ବିମାନରେ ଚଢ଼ିବା ପୂର୍ବରୁ ଯଦି ସେମାନେ ଭାରତରେ ପହଂଚିଲା ପରେ ସେହି ପ୍ରମାଣପତ୍ର ଦେଖାଇ ପାରିବେ । ଏପରିକି ସେମାନେ ଇନ୍ଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ଛାଡ଼ ପାଇବା ପାଇଁ ଅନଲାଇନରେ ଆବେଦନ କରିବା ସହ ଆବଶ୍ୟକ ୍ପ୍ରମାଣପତ୍ର ଅପଲୋଡ୍ କରି କରୋନା ପରୀକ୍ଷାର ରିପୋର୍ଟକୁ ସେମାନେ ଅପେକ୍ଷା କରିଥିବା ସେଠାରେ ଦର୍ଶାଇବାକୁ ହେବ ବୋଲି ଯୁଗ୍ମ ସଚିବ ଏହି ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି ।
ବାହାର ଦେଶରୁ ଆସୁଥିବା ବିମାନ ଯାତ୍ରୀଙ୍କ ନିମନ୍ତେ ବିଶେଷ ସୂଚନା !
