ବୁର୍ଲାରେ ରାଜ ଖଡ଼ିଆରର ଡଗ୍ରେଶର ମାଝୀ ନାମକ ଜଣେ ରୋଗୀ ଓ ତା ୫ ବର୍ଷର ଶିଶୁପୁତ୍ର ସମେତ ତା ସ୍ତ୍ରୀକୁ ଆମ୍ବୁଲାନସ୍ ଗାଡ଼ି ଭିତରେ ବନ୍ଦ କରିଥିବା ଏକ ଖବର ‘ନବୋଦୟ ମିଡିଆ’ ୟୁ-ଟ୍ୟୁବ ଚ୍ୟାନେଲ୍ ଓ ଅନ୍ୟ କେତେକ ଗଣମାଧ୍ୟମରେ ପ୍ରସାରଣ କରାଯାଇଥିଲା । ତାହାରି ପ୍ରଭାବ ଏବେ ଦେଖିବାକୁୁ ମିଳିଛି । ଏହି ଘଟଣାରେ ବୁର୍ଲା ପୋଲିସ୍ ଗାଡ଼ିର ଡ୍ରାଇଭର ଓ ଗାଡ଼ି ମାଲିକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ବୁର୍ଲାରେ ଚିକିତ୍ସାଧିନ ଥିବା ଡଗ୍ରେଶ୍ୱର ମାଝୀ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିବା ପାଇଁ ସେଠାରେ ଏକ ଭଡ଼ା ଆମ୍ବୁଲାନ୍ସରେ ରାଜ ଖଡ଼ିଆର ଯାଇଥିଲେ, କିନ୍ତୁ ସେଠି ପହଂଚିବା ପରେ ସେ କିଛି ଟଙ୍କା ଦେଇ ନ ପାରିବାରୁ ଡ୍ରାଇଭର ସେମାନଙ୍କୁ ଜବରଦସ୍ତି ଗାଡ଼ିରେ ପୁରେଇ ପୁଣି ୩୦୦ କିଲୋମିଟର ବୁର୍ଲାକୁ ନେଇ ଆସି ଗାତି ଭିତରେ ବନ୍ଦ କରି ରଖିଥିଲା । ଲୋକେ ସେମାନଙ୍କୁ ବାହାର କରିବା ପରେ ଘଟଣା ପଦାକୁ ଆସିଥିଲା ।
ସମ୍ବାଦ ପରିବେଷଣର ପ୍ରଭାବ: ଆମ୍ବୁଲାନ୍ସର ଡ୍ରାଇଭର ଓ ମାଲିକ ଗିରଫ
