“ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ରାସ୍ତାରେ ଅଟକାଇ ରଖି ପାରିବି !”

(୧୫/୭) ଗୁଜରାତର ସୁରତରେ କରୋନା ଯୋଗୁଁ କର୍ଫ୍ୟୁ ଜାରି ହୋଇଥିଲେ ବି ରାତି ୧୦ ଟା ୩୦ ଟା ପରେ ବୁଲୁୁଥିବାରୁ ସେଠି ଡ୍ୟୁଟିରେ ଥିବା କନଷ୍ଟେବଳ ସୁନିତା ଯାଦବ ଦୁଇ ଜଣଙ୍କୁ ଅଟକାଇ ପଚରାଉଚରା କରିଥିଲେ । ତାପରେ ସେମାନେ ନିଜ ସାଙ୍ଗ ତଥା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କୁମାର ଭାଇ କନାନୀ ଙ୍କ ପୁଅ ପ୍ରକାଶ କନାନୀଙ୍କୁୁ ଡାକିଥିଲେ । ଘଟଣାସ୍ଥଳର ନିଜ ସାଙ୍ଗମାନଙ୍କୁ ଛଡ଼ାଇବାକୁ ମନ୍ତ୍ରୀଙ୍କ ପୁଅ ପ୍ରକାଶ ପହଂଚିବାରୁ ସେ ମଧ୍ୟ ସେଥିରୁ ବର୍ତ୍ତି ନ ଥିଲେ । ତାପରେ ସେ ସ୍ୱାସ୍ଥ୍ୟ ମନ୍ତ୍‌ୀଙ୍କ ପୁଅ ବୋଲି ପରିଚୟ ଦେଇ ନିଜ ବାପାଙ୍କୁ ଫୋନ ଲଗାଇ କଥା କରାଇଥିଲେ । କିନ୍ତୁ ସୁନିତା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ନ ଡରି ଓଲଟା ତାଙ୍କୁ ଅନେକ କଥା ଶୁଣାଇଥିଲେ । ସେ କହିଥିଲେ, ଆପଣ ଏଠିକାର ବିଧାୟକ କିନ୍ତୁ ଆପଣ ଗାଡ଼ିରେ ବସି ନଥିଲେ ବି ଗାଡ଼ିରେ ବିଧାୟକଙ୍କ ନାମ ଫଳକ କେମିତି ଆପଣଙ୍କ ପୁଅ ଲଗାଇଛି ବୋଲି ସେ ପ୍ରଶ୍ନ କରିଥିଲେ । ସୁନିତାଙ୍କୁ ସେହି ଜାଗାରେ ୩୬୫ ଦିନଯାଏଁ ସେଠି ସେମାନେ ବସାଇ ଦେଇ ପାରିବେ ବୋଲି କହିବାରୁ ସେ ଏ କଥା ଶୁଣି ଆହୁରି ଲାଲ୍ ହୋଇଯାଇଥିଲେ । ସେ ଖାକି ପୋଷାକ ପିନ୍ଧିଛନ୍ତି ଆଉ ସେହି ପୋଷାକରେ ତାଙ୍କୁ ଅଧିକାର ଅଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଅଟକାଇ ପାରିବେ । ତେବେ ଏହା ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅ ବିଧାୟକ ଫଳକଟି ଗାଡ଼ିରୁ କାଢ଼ି ଦେଇ ତାପରେ ସେ ଘଟଣା ସ୍ଥଳରୁ ଯାଇଥିଲେ । ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ପ୍ରକାଶ କନାନୀ ସ୍ଥାନୀୟ ପୋଲିସକୁ ଅନୁରୋଧ କରିଛନ୍ତି । ଏହା ପରେ ସୁନିତାଙ୍କୁ ବିଭାଗ ପକ୍ଷରୁ ଛୁଟିରେ ପଠାଇ ଦେଇଥିବା ଜାଣିବାକୁ ମିଳିଛି । ତେବେ ଖାକି ପୋଷାକର ଉପଯୁକ୍ତ ମର୍ଯ୍ୟାଦା ମିଳୁ ନଥିବାରୁ ସେ ଇତିମଧ୍ୟରେ ନିଜ କାର୍ଯ୍ୟରୁ ଇସ୍ତଫା ଦେଇଥିବା କଥା ମଧ୍ୟ ଶୁଣିବାକୁ ମିଳିଲାଣି । ସୂଚନାଯୋଗ୍ୟ ଯେ ସୁନିତା ସ୍କୁଲରେ ପଢ଼ିଲାବେଳେ ଏନସିସିରେ ମଧ୍ୟ ଭାଗ ନେଉଥିଲେ । ସେ ଯାହା ବି ହେଉ, ନିଜ କାର୍ଯ୍ୟ ସଂପାଦନ କରିବାରେ ମୁଖାପେକ୍ଷା କରି ନଥିବାରୁ ସୋସିଏଲ ମିଡିଆ ପୁଣି ପୋଲିସ୍ ବିଭାଗର ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ପ୍ରଶଂସା କରାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ରାସ୍ତାରେ ଅଟକାଇ ରଖି ପାରିବି !”