ଗୋଟିଏ ଦିନରେ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ଚୋରା ଚାଲାଣବେଳେ ବ୍ୟାପକ ନିଶାଦ୍ରବ୍ୟ ଜବତ


(୧୮/୮) ଆଜି ଗୋଟିଏ ଦିନରେ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ବ୍ୟାପକ ନିଶାଦ୍ରବ୍ୟ ପୋଲିସ ଜବତ କରିଛି । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ପୋଲିସ୍ କଫସିରଫ୍ ବୋତଲ ଚୋରା ଚାଲାଣ ହେଉଥିବାବେଳେ ଧର଼ିଛି । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ଏସ୍‌୍‌ପି ସୂଚନା ଦେଇଛନ୍ତି । ଏହା ସହ ସେମାନଙ୍କଠୁ ଏକ ୱାଗନ-ଆର୍ କାର୍ ସମେତ ଟଙ୍କା ଓ ମୋବାଇଲ ଫୋନ୍ ଜବତ କରାଯାଇଥିବା ଜଣାପଡ଼ିଛି । ଅନ୍ୟ ଏକ ଘଟଣାକ୍ରମରେ ବରଗଡ଼ ଜିଲ୍ଲାର ପଦ୍ମପୁର ପୋଲିସ୍ ମଧ୍ୟ ବିପୁଳ ପରିମାଣର କଫ୍‌ସିରଫ୍‌, ୫୫୦ ବୋତଲ ୱେଲସିରେକ୍ସ, ୪୦୦୦ ଟି ନାଇଟ୍ରୋସୁନ ବଟିକା, ୨୦୦୦ ଟି ପେଣ୍ଟାଜୋସିନ ଇଞ୍ଜେକସନ୍ ଚୋରା ଚାଲାଣବେଳେ ଜବତ କରିଛି । ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ଘଟଣାରେ ବ୍ୟବହୃତ ୨ ଟି ଗାଡ଼ି ଜବତ ହୋଇଥିବା ବରଗଡ଼ ଏସ୍‌ପି ସୂଚନା ଦେଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଗୋଟିଏ ଦିନରେ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ଚୋରା ଚାଲାଣବେଳେ ବ୍ୟାପକ ନିଶାଦ୍ରବ୍ୟ ଜବତ