(୧୮/୬) ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଅଂଚଳ ଏକ ପଛୁଆ ଅଂଚଳ ଅନେକେ ଜାଣନ୍ତି । ଏଠିକାର ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି । ଏହି ଅଂଚଳରେ ମୋବାଇଲ ନେଟୱର୍କ ଆଜି ପର୍ଯ୍ୟନ୍ତ ଠିକରେ ପହଂଚି ପାରି ନାହିଁ ଆଉ କେତେକ ସ୍ଥାନରେ ନେଟୱାର୍କ ଅଛି, ହେଲେ କଥା ହେବାକୁ ମଧ୍ୟ ସମସ୍ୟା ଦେଖାଦିଏ । । ଠିକରେ ମୋବାଇଲ୍ ନେଟୱର୍କ ମିଳେ ନାହିଁ । ଯଦି ଇଣ୍ଟରନେଟ ପହଂଚି ପାରୁ ନଥିବା ଏପରି ଏକ ଅଂଚଳରେ ଅନଲାଇନରେ ପିଲାଙ୍କୁ ପାଠ ପଢ଼ାଯାଏ, ତେବେ ପିଲାଏ ପାଠ ପଢ଼ିବେ କ’ଣ? ଘରୋଇ ସ୍କୁଲ ଗୁଡ଼ିକ ନିଜ ସୁବିଧା ମୁତାବକ ଆଦେଶ ଦେବାରେ କିଛି ଅସୁବିଧା ନାହିଁ, କିନ୍ତୁ ପିଲାଙ୍କ ପାଖରେ ସେହି ଇଣ୍ଟରନେଟ୍ ସୁବିଧା ଥିଲେ ତ! ଛୋଟଛୋଟ ପିଲା ମୋବାଇଲ ଫୋନ୍ର ଅତ୍ୟଧିକ ବ୍ୟବହାରଦ୍ୱାରା ଶାରିରୀକ ସମସ୍ୟାର ସମ୍ମୁଖୀନ ହେବେ ଓ ମୋବାଇଲ ଫୋନଦ୍ୱାରା ସେମାନେ ଏକରକମ ଆକର୍ଷିତ ହୋଇ କି ପରିଣାମ ଭୋଗ କରିବେ ଏହା କ’ଣ କେହି ଚିନ୍ତା କରୁ ନାହାନ୍ତି କି? ଯେଉଁ ପିଲାଙ୍କୁ ଭଲଭାବରେ ଖାଇବାକୁ ମୁଠାଏ ଦେବାକୁ ବାପାମା ଦାଦନ ଖଟିବାକୁୁ ଗୋଟିଏ ରାଜ୍ୟ ଛାଡ଼ି ଆଉ ଗୋଟିଏ ରାଜ୍ୟକୁ ଯାଉଛନ୍ତି, ସେପରି କ୍ଷେତ୍ରରେ ଏକ ଆଣ୍ଟ୍ରଏଡ୍ ଫୋନ ପିଲାଙ୍କୁ ଯୋଗାଇ ଦେଇ ଅନ୍ଲାଇନ୍ରେ ପାଠ ପଢ଼ାଇବା କେତେ ଯୁକ୍ତିଯୁକ୍ତ ତାହା କ’ଣ ସରକାର ଟିକିଏ ଚିନ୍ତା କରିବେ କି ନା ପିଲାଙ୍କୁ ଯେଣୁତେଣୁ ପ୍ରକାରେ ପାଠ ପଢ଼ାଇ ନିଜ ଦୋଷ ମିଟାଇବାକୁ ଶିକ୍ଷା ବିଭାଗ ଏହା କରୁଛି, ତାହା ସରକାରଙ୍କୁ ବିଚାର କରିବାକୁ ହେବ । (ଏସ୍ କେ ସମିମ୍)
ନେଟୱର୍କ ନ ଥିବା ଇଲାକାରେ ଅନଲାଇନ୍ ଶିକ୍ଷା କେତେ ଲାଭଜନକ?
