(୦୨/୮) ଗୃହମନ୍ତ୍ରୀ ଅମିତ୍ ଶାହ କରୋନା ସଂକ୍ରମିତ ବୋଲି କିଛି ସମୟ ପୁର୍ବରୁ ପରୀକ୍ଷାରୁ ଜଣାପଡ଼ିଛି । ଏ କଥା ଖୋଦ୍ ଅମିତ ଶାହ ନିଜେ ଘୋଷଣା କରିଛନ୍ତି ଓ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ଦେଇଛନ୍ତି । ସେ ଜଣାଇଛନ୍ତି ଯେ, ତାଙ୍କଠାରେ କରୋନା ଲକ୍ଷଣ ଦେଖା ଯିବାରୁ ସେ କରୋନା ପରୀକ୍ଷା କରାଇଥିଲେ ଓ ତାହା ପଜିଟିଭ୍ ବୋଲି ରିପୋର୍ଟ ଆସିଛି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ଅନ୍ୟମାନଙ୍କଠୁ ଦୂରରେ ରହିବା ସହ ସେମାନେ ନିଜର କରୋନା ପରୀକ୍ଷା କରାଇ ନେବା ଆବଶ୍ୟକ ବୋଲି ଅନୁରୋଧ କରିଛନ୍ତି । ତେବେ ଏଠାରେ ଗୋଟିଏ କଥା ଯେ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ୍ ଶାହଙ୍କ ସଂସ୍ପର୍ଶରେ କଣ ଆସି ନ ଥିବେ ? ଯଦି ସେ ଆସିଥିବେ, ତେବେ ୫ ତାରିଖ ଦିନ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ଶିଳାନ୍ୟାସ ଉତ୍ସବରେ ସେ ଯୋଗ ଦେବେ କି ନାହିଁ, ତାହା ଦେଖିବାକୁ ବାକି ରହିଲା।
ଗୃହମନ୍ତ୍ରୀ ଅମିତ ଶାହ କରୋନା ସଂକ୍ରମିତ, ମୋଦିଙ୍କ ଅଯୋଧ୍ୟା ଯିବା ନେଇ ସନ୍ଦେହ !
