(୩୦/୧୦) ଦିଲ୍ଲୀ ସଂଖ୍ୟାଲଘୁ ଆୟୋଗର ପୂର୍ବତନ ଅଧ୍ୟକ୍ଷ ତଥା ଗଣମାଧ୍ୟମର ବରିଷ୍ଠ ସଂପାଦକ ଜାଫରୁଲ ଇସଲାମ ଖାନ୍ଙ୍କ ଘର ଓ ଅଫିସରେ ଏନ୍ଆଇଏ ଚଢ଼ଉ କରିଥିବା ସେ ସୁଚନା ମିଳିଛି । ଶ୍ରୀ ଖାନ୍ଙ୍କ ସୂଚନାନୁଯାୟୀ ଆଜି ସକାଳ ୭ ଟାରୁ ୧୧ ଟା ଯାଏଁ ଏନ୍ଆଇଏ ପକ୍ଷରୁ ଏହି ଚଢ଼ଉ ଜାରି ରହିଥିଲା । ତେବେ ଏନ୍ଆଇଏର କର୍ମଚାରୀମାନେ ତାଙ୍କର ଅନେକ କାଗଜପତ୍ର, ଲାପଟପ୍, କମ୍ପ୍ୟୁଟର ହାର୍ଡଡିସ୍କ ସମେତ ଅନେକ ନଗଦ ରାଶି ନେଇଥିବା ସେ ଜଣାଇଛନ୍ତି । କାଶ୍ମୀରରେ ହୋଇଥିବା ଆତଙ୍କ କାର୍ଯ୍ୟରେ ତାଙ୍କ ଓ ତାଙ୍କର ଏନ୍ଜିଓର ସଂପୃକ୍ତିକୁ ନେଇ ଏକ ଆଦେଶ ଥିବା ଏନ୍ଆଇଏର ଯାଦବ ନାମକ କୌଣସି ଅଧିକାରୀ ତାଙ୍କ ମୋବାଇଲ ଫୋନରେ ଦେଖାଇଥିଲେ । ତେବେ ସେ ଏହି ଚଢ଼ଉକୁ ନେଇ ପୂର୍ବରୁ ଆଶଙ୍କା ପ୍ରକାଶ କରି ବହୁ ବର୍ଷ ହେଲା କାଶ୍ମୀରକୁ ଯାଇ ନାହାନ୍ତି ବା କୌଣସି କାଶ୍ମୀରି ଆତଙ୍କବାଦୀଙ୍କ ସହ ସମ୍ପର୍କ ନାହିଁ । ତାଙ୍କୁ ଅଯଥାରେ କୌଣସି ଆତଙ୍କବାଦୀ କାର୍ଯ୍ୟ ବା ଦଙ୍ଗାରେ ଫସାଇବା ପାଇଁ ଉଦ୍ୟମ ହେଉଥିବା ସେ ପ୍ରକାଶ ମଧ୍ୟ ସେ ଏକ ଟ୍ୱିଟ କରିଥିଲେ । ତେବେ ସେ ଜଣେ ମାନବାଧିକାର କର୍ମୀ ଭାବରେ କାଶ୍ମିରର ଅନେକ ରିପୋର୍ଟ ଗଣମାଧ୍ୟମରେ ପ୍ରସ୍ତୁତ କରିଥିଲେ ବୋଲି ବରିଷ୍ଠ ଓକିଲ ତଥା ମାନବାଧିକାର କର୍ମୀ ପ୍ରଶାନ୍ତ ଭୂଷଣ ପ୍ରକାଶ କରିଛନ୍ତି ।
ଦିଲ୍ଲୀ ସଂଖ୍ୟାଲଘୁ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଜାଫରୁଲ ଇସଲାମ ଖାନ୍ଙ୍କ ଘର ଓ ଅଫିସରେ ଏନ୍ଆଇଏର ଚଢ଼ଉ !
