ଘୃଣା ଭାବନାକୁୁ ଫେସବୁକ୍ ଅଧିକାରୀ ପ୍ରୋତ୍ସାହନ ଦେଉଥିବା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ


(୧୯/୮) ପରସ୍ପର ଭିତରେ ଭେଦଭାବ ସୃଷ୍ଟି ନ କରିବା ପାଇଁ ଫେସବୁକର ଥିବା ନିୟମକୁ ଭାରତର ଶାସକ ଦଳରେ ଥିବା ନେତାମାନଙ୍କ ପାଇଁ ପ୍ରୟୋଗ କରିବାକୁ ଫେସବୁକ ଅବହେଳା କରିଥିବା ‘ଦ ୱାଲ୍ ଷ୍ଟ୍ରିଟ୍‌’ ରେ ପ୍ରକାଶ ପାଇଛି । ଏହାପରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଏବେ ଚରମ ସୀମାକୁ ଗଲାଣି । କଂଗ୍ରେସ ଏହା ଉପରେ ପ୍ରବଳ ପ୍ରତିକ୍ରିୟା ଦେଇଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କଂଗ୍ରେସ ସହ ଏକମତ ହୋଇ ଫେସବୁକର ଏହି କାର୍ଯ୍ୟ ପାଇଁ ପ୍ରତିବାଦ କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ବହୁ ନେତା ଓ ମନ୍ତ୍ରୀ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି । କଂଗ୍ରେସ ଦଳ ଗୋଟିଏ ପାଦ ଆଗକୁୁ ଯାଇ ଫେସବୁକ୍‌ର ସିଇଓ ମାର୍କ ଜୁକବବର୍ଗଙ୍କୁ ପତ୍ର ଲେଖି ଭାରତରେ ଥିବା ଫେସବୁକ୍ ଟିମ୍‌ର କାର୍ଯ୍ୟକଳାପ ଉପରେ ଏକ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବୀ କରିଛି । କେନ୍ଦ୍ର ସୂଚନା ଓ ବୈଷୟିକ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ଫେସବୁକର ସ୍ଥାନୀୟ ମୁଖ୍ୟ ନିର୍ବାହୀ ଅଙ୍ଖି ଦାସଙ୍କ କେତେକ ଫଟୋ ମଧ୍ୟ କଂଗ୍ରେସ ଦଳ ସୋସିଏଲ ମିଡିଆରେ ସେଆର୍ କରିଛି । ‘ଦ ୱାଲ୍ ଷ୍ଟ୍ରିଟ୍‌’ ଜର୍ଣ୍ଣାଲରେ ପ୍ରକାଶିତ ସୂଚନାନୁଯାୟୀ ଭାରତରେ ଫେସବୁକରେ ବର୍ତ୍ତମାନ ଓ ପୂର୍ବରୁ କାମ କରୁଥିବା ଅନ୍ତତଃପକ୍ଷେ ତିନି ଜଣ କର୍ମଚାରୀ ହିଂସାତ୍ମକ କାର୍ଯ୍ୟକଳାପକୁୁ ପ୍ରୋତ୍ସାହନ ଦେଲା ଭଳି ବିଜେପିର ଟି ରାଜା ସିଂଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇ ନଥିଲେ । ଶ୍ରୀ ସିଂ ମାର୍ଚ୍ଚ ମାସ ଭିତରେ ମୁସଲିମ୍ ସମ୍ପ୍ରଦାୟ ବିରୁଦ୍ଧରେ ଓ ପ୍ରବାସୀ ରୋହିଙ୍ଗ୍ୟାଙ୍କ ଉଦ୍ଦେଶ୍ୟରେ ଯେଭଳି ଅନଲାଇନ ଓ ଅଫଲାଇନରେ ମନ୍ତବ୍ୟମାନ ଦେଇଛନ୍ତି ତାହା କେବଳ ଫେସବୁକ୍‌ର ଭେଦଭାବ ସୃଷ୍ଟି ନ କରିବାକୁ ଥିବା ନିୟମର ଖିଲାପ କରୁୁନି, ବରଂ ଏହାଦ୍ୱାରା ସେ ମୁସଲିମ ଲୋକଙ୍କ ବିରୁଦ୍ଧରେ ବିଶ୍ୱବ୍ୟାପୀ ହିଂସାର ଭାବନାକୁ ଉଜାଗର କରୁଛନ୍ତି ବୋଲି ଏଥିରେ ଅଭିଯୋଗ କରାଯାଇଛି । ସୂଚନାଯୋଗ୍ୟ ଯେ ଏହି ଘଟଣାରେ ଛତିଶଗଡ଼ରେ କେତେକ ଥାନାରେ ଫେସବୁକର ଭାରତୀୟ ମୁଖ୍ୟ ନିର୍ବାହୀ ଅଧିକାରୀ ଅଙ୍ଖି ଦାସଙ୍କ ନାମରେ ଏତଲା ଦେଇଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଘୃଣା ଭାବନାକୁୁ ଫେସବୁକ୍ ଅଧିକାରୀ ପ୍ରୋତ୍ସାହନ ଦେଉଥିବା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ